ତୁ ବ୍ୟସ୍ତ ହଅନି ମା’ ୫ ମିନିଟରେ ଆସୁଛି କହି ଯାଇଥିଲା ଝିଅ, ଆଉ ଫେରିଲାନି – Ibnodisha
[ad_1]
ନୂଆଦିଲ୍ଲୀ: ହେଡ୍ଲାଇନ୍ସ ଟୁଡେର ସାମ୍ବାଦିକା ୨୫ ବର୍ଷୀୟା ସୌମ୍ୟା ବିଶ୍ବନାଥନ୍ଙ୍କୁ ୨୦୦୮ ସେପ୍ଟେମ୍ବର ୩୦ ତାରିଖରେ ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ହତ୍ୟା କରାଯାଇଥିଲା। ନିଜ କାର୍ ଭିତରେ ତାଙ୍କ ମୃତ ଶରୀର ମିଳିଥିଲା। ସେ ନିଜ ପ୍ରେସ୍ କାମ ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ଏକ ଚଳନ୍ତା ଗାଡ଼ିରୁ ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରାଯାଇଥିଲା।ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ୫ ଜଣ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛି।
ଦିଲ୍ଲୀର ସାକେତ କୋର୍ଟ ସୌମ୍ୟା ବିଶ୍ବନାଥନଙ୍କ ମାମଲାର ୧୫ ବର୍ଷ ପରେ ରାୟ ପ୍ରକାଶ କରିବା ପରେ ମୃତ ଜିଗୀଷା ଘୋଷଙ୍କ ମା’ ସବିତା ଘୋଷ ସେଦିନର ଦୁଃଖଦ ଓ ଯନ୍ତ୍ରଣାଦାୟକ ଘଟଣାକୁ ପୁଣି ମନେ ପକାଇ ଭୋଭୋ ହୋଇ କାନ୍ଦିଛନ୍ତି।
ଝିଅ ଜିଗୀଷା ଘୋଷଙ୍କ ମା’ ସବିତା ଘୋଷ କହିଛନ୍ତି, ‘ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ଓ ମୋ ଝିଅର ହତ୍ୟା ପାଖାପାଖି ସମାନ ଭାବେ ହୋଇଛି। ଆଇଟି ପ୍ରୋଫେସନାଲ ଜିଗୀଷା ଘୋଷ ୨୦୦୯ ମାର୍ଚ୍ଚରେ ଅଫିସରୁ ଘରକୁ ଫେରୁଥିବା ବେଳେ ବସନ୍ତ ବିହାରରୁ ତାଙ୍କୁ ଅପହରଣ କରି ନିଆଯାଇ ହତ୍ୟା କରାଯାଇଥିଲା।
ସେହିପରି ଟେଲିଭିଜନ ସାମ୍ବାଦିକା ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ୨୦୦୮ ସେପ୍ଟେମ୍ବର ୩୦ରେ ବସନ୍ତ ବିହାରରେ ହୋଇଥିଲା। ଏହି ଘଟଣା ଦିନ ସୌମ୍ୟା ବି ଅଫିସରୁ ଘରକୁ ଫେରୁଥିଲେ। ତେବେ ସୌମ୍ୟାଙ୍କ ହତ୍ୟା ଜିଗୀଷାଙ୍କ ହତ୍ୟାର ଏକବର୍ଷ ପୂର୍ବରୁ ହୋଇଥିଲା। ସୌମ୍ୟାଙ୍କ ମୃତ୍ୟୁର କିଛି ମାସ ପରେ ଦିଲ୍ଲୀ ପୁଲିସ ଜିଗୀଷା ଘୋଷଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା ଓ ବଲଜିତ ମଲିକଙ୍କୁ ଗିରଫ କରିଥିଲା। ଶେଷରେ କୋର୍ଟ ୨୦୧୬ରେ ଝିଅର ଏହି ୩ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡର ଶୁଣାଣି କରିଥିଲେ।
ଜେରା ବେଳେ ସେମାନେ ବସନ୍ତ ବିହାର ସୌମ୍ୟାଙ୍କ ହତ୍ୟାକାଣ୍ଡରେ ମଧ୍ୟ ଜଡ଼ିତ ଥିବା ସ୍ବୀକାର କରିଥିଲେ। ପରେ ଆଉ ଦୁଇଜଣଙ୍କୁ ଗିରଫ କରିଥିଲା ପୁଲିସ। ଦିଲ୍ଲୀର ସାକେତ କୋର୍ଟ ସୌମ୍ୟା ବିଶ୍ବନାଥନଙ୍କ ମାମଲାର ୧୫ ବର୍ଷ ପରେ ରାୟ ପ୍ରକାଶ କରିଛନ୍ତି। ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଜାଣି ମୁଁ ଖୁସି ଅଛି। ସୌମ୍ୟାଙ୍କ ବାପା ଓ ମା’ ତ ଝିଅକୁ ଆଉ ଫେରି ପାଇବେ ନାହିଁ। କିନ୍ତୁ ଝିଅ ହତ୍ୟାକାରୀ ଦଣ୍ଡ ପାଇବେ ଜାଣି କିଛିମାତ୍ରାରେ ତ ଆଶ୍ବସ୍ତି ପାଇ ପାରିବେ। ଏହି ଶୁଣାଣି ମୋ ଝିଅର ହତ୍ୟା ଘଟଣାକୁ ପୁଣି ମନେ ପକାଇ ଦେଇଛି।’
[ad_2]