ଅପରାଧ

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]

କୋଲକତା: ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ମହିଳା ତାଙ୍କ ଝିଅ ସହତ ଟ୍ରେନରେ ଯାତ୍ରା କରିବା ସମୟରେ ୨ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବାକୁ ଧମକ ଦେଇଥିଲେ । ଏଭଳି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ଆଲିପୁରଦୁଆର ଠାରେ । ଶନିବାର ଦିନ ଜଣେ ମହିଳା ନିଜ ଝିଅ ସହିତ ସିଫଙ୍ଗ ଏକ୍ସପ୍ରେସ୍ରେ ଆଲିପୁରଦୁଆର ଆସୁଥିଲେ । ଟ୍ରେନଟି ଆସାମର ଫକିରଗ୍ରାମରୁ ଆଲିପୁରଦୁଆର ଅଭିମୁଖେ ବାହାରିଥିଲା ।

ଟ୍ରେନ୍ଟି ଫକିରଗ୍ରାମରୁ ଛାଡ଼ିବା ପରେ ପ୍ରାୟ ଅଧିକାଂଶ ଯାତ୍ରୀ ଓଲ୍‌ହାଇ ଯାଇଥିଲେ ଯାହାଫଳରେ ବଗିଗୁଡିକ ପ୍ରାୟ ଫାଙ୍କା ହୋଇଯାଇଥିଲା ଏବଂ ଜଣେ ବି ସୁରକ୍ଷା କର୍ମୀ ସେଠାରେ ନଥିଲେ । ଏହାର ସୁଯୋଗ ନେଇ ୨ ଜଣ ଯୁବକ ମହିଳାଙ୍କ ସହ ଦୁଷ୍କର୍ମ କରିଥଲେ । ମହିଳା ଜଣକ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ଯୁବକ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରାବାରୁ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ କଥାରେ ଯଦି ସେ ରାଜି ନ ହେଲେ ତାହାଲେ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବେ ବୋଲି ଧମକ ଦେଇଥିଲେ ।

ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ମହିଳାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ସହ ଦୁଷ୍କର୍ମ କରିଥଲେ ଏବଂ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ଟ୍ରେନଟି ଯେତେବେଳେ ଆଲିପୁରଦୁଆର ଷ୍ଟେସନରେ ପହଞ୍ଚିଥିଲା ମହିଳା ଜଣକ ରେଳବାଇ ପୋଲିସକୁ ସମସ୍ତ କଥା ଜଣାଇ ଥିଲେ । ରେଳବାଇ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଦୁଇ ଅଭିଯୁକ୍ତ ହେଲେ ୨୫ ବର୍ଷୀୟ ନାଇନାଲ୍ ଅବଦୁଲ ଓ ୨୬ ବର୍ଷୀୟ ମାଇନୁଲ୍ ହକ୍ ବୋଲି ଜଣା ପଡ଼ିଛି । ସେହିଦିନ ରାତିରେ ଉଭୟଙ୍କୁ ପୋଲିସ କୋକରାଝରଗଡ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ରବିବାର ଦିନ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ୫ ଦିନିଆ ରିମାଣ୍ଡରେ ଆଣିଥିବା ସୂଚନା ମଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button