ଅପରାଧ

ସମ୍ପର୍କରେ ଲାଗିଲା କଳଙ୍କ; ଭାଣେଜୀ ସହ ମାମୁଁ ଯାହା କଲେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – Ibnodisha

[ad_1]

ଦେବଗଡ଼: ପିଶାଚ ସାଜିଲା ମାମୁଁ । ମାମୁଁ ଭାଣେଜିର ପବିତ୍ର ସମ୍ପର୍କରେ ଲାଗିଲା ଦାଗ । ଯୌନ ଲାଳସାରେ ସଂପର୍କକୁ ଭୁଲିଗଲା ମାମୁଁ । ନିଜ ନାବାଳିକା ଭାଣେଜିକୁ ବଳପୂର୍ବକ କଲା ଦୁଷ୍କର୍ମ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏନେଇ ବାରକୋଟ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାମୁଁ ଫେରାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ବାରକୋଟ ଥାନା ଅଞ୍ଚଳର ଜଣେ ୧୦ ବର୍ଷୀୟ ନାବାଳିକାକୁ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଗତ ୧୯ ତାରିଖ ଦିନ ସଂଧ୍ୟା ସମୟରେ ପୀଡିତାଙ୍କ ମା’ ତାଙ୍କୁ ଗ୍ରାମରେ ଥିବା ଦୋକାନରୁ ଆଳୁ ଆଣିବା ପାଇଁ କହିଥିଲେ । ତେବେ ପୀଡିତା ନାବାଳିକା ଆଳୁ ଆଣି ଘରକୁ ଫେରିବା ବାଟରେ ଅଭିଯୁକ୍ତ ମାମୁଁ ନିକଟସ୍ଥ କେନ୍ଦୁପତ୍ର ଫଡ଼ିକୁ ଟେକିନେଇ । ତାପରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା କରିଦେବି ବୋଲି ଧମକ ଦେଇଥିଲା । ତେବେ ଯନ୍ତ୍ରଣା ସହ୍ୟ କରିନପାରି ଶିଶୁ କନ୍ୟାଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ ସବୁକଥା କହିଥିଲା । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ମାମୁଁ ଫେରାର ଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button