ଅପରାଧ

ମଦ ଦେବାକୁ ମନା କରିବାରୁ ଦୋକାନରେ ନିଆଁ ଲଗାଇଲା ମଦୁଆ – Ibnodisha

[ad_1]

ବିଶାଖାପାଟନମ୍‌ : ମଦ ନ ଦେବାରୁ ପୁରା ଦୋକାନରେ ନିଆଁ ଲଗାଇଲେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଅନ୍ତର୍ଗତ ମଦୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ତେବେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଶାଖାପାଟନମ୍ ପୋଲିସ। ପୋଥିନମଲାଇୟା ପାଲମ ଇନ୍ସପେକ୍ଟର ରାମ କୃଷ୍ଣଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁ ନାମକ ଜଣେ ବ୍ୟକ୍ତି ମଦୁରୱାଡା ଅଞ୍ଚଳର ଏକ ମଦ ଦୋକାନକୁ ଆସି ମଦ ପିଇବାକୁ ମାଗିଥିଲେ । କିନ୍ତୁ ଦୋକାନ ବନ୍ଦ କରିବାର ସମୟ ହୋଇଥିବାରୁ ଦୋକାନର କର୍ମଚାରୀମାନେ ତାଙ୍କୁ ମଦ ଦେବାକୁ ମନା କରିଦେଇଥିଲେ। ଫଳରେ ଅଭିଯୁକ୍ତ ଏବଂ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ଚେତାବନୀ ଦିଆଯିବା ପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲେ । ହେଲେ ରବିବାର ସନ୍ଧ୍ୟାରେ ସେ ଏକ ପେଟ୍ରୋଲ ଜାର ନେଇ ଉକ୍ତ ଦୋକାନକୁ ଫେରିଥିଲେ । ଆଉ ଏହା ପରେ ଦୋକାନ ଏବଂ ଭିତରେ ଥିବା କର୍ମଚାରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ଦୋକାନରୁ ବାହାରକୁ ପଳାଇ ଯାଇଥିଲ । କିନ୍ତୁ ଦୋକାନରେ ଥିବା କମ୍ପ୍ୟୁଟର ଏବଂ ପ୍ରିଣ୍ଟର୍ ସମେତ ପ୍ରାୟ ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ତେବେ ଏଥିରେ କୌଣସି କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି ।ଆଇପିସିର ଧାରା ୩୦୭ ଏବଂ ୪୩୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଏ ନେଇ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button