ଅପରାଧ

  ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ – Ibnodisha

[ad_1]

କଟକ: କଟକ ଚୌଦ୍ବାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।  ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ଗାଡ଼ିରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲିକୁ ରାଖୀ ବାନ୍ଧିବାକୁ ଯାଇଥିଲେ। ରାତି ପ୍ରାୟ ୮ଟା ସମୟରେ କଟକ ଆସିବା ପାଇଁ ବସକୁ ଅପେକ୍ଷା କରି ରହିଥିବାବେଳେ ଜଣେ ଯୁବକ ତାଙ୍କୁ ଅଟୋରେ କଟକ ଛାଡିଦେବେ ବୋଲି କହିଥିଲେ। କିଛି ବାଟ ଆସିବା ପରେ ଏକ ଜଙ୍ଗଲ ରାସ୍ତାକୁ ନେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ତେବେ ଯୁବତୀ ଜଣକ କୌଶଳକ୍ରମେ ଯୁବକଙ୍କୁ ଅଟୋରୁ ଠେଲି ବାହାରକୁ ପଳାଇ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button