ସିଙ୍ଗାପୁର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଭାରତୀୟ ଯୁବକକୁ ୧୬ ବର୍ଷ ଜେଲ – Ibnodisha
[ad_1]
ସିଙ୍ଗାପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସିଙ୍ଗାପୁରରେ ଦଣ୍ଡିତ ହେଲେ ଭାରତୀୟ ଯୁବକ । ୨୦୧୯ ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସିଙ୍ଗାପୁରର ଏକ ଅଦାଲତ । ଏହି ମାମଲାରେ ୨୬ ବର୍ଷୀୟ ଭାରତୀୟ ଯୁବକକୁ ୧୬ ବର୍ଷ ଜେଲ ଦଣ୍ଡ ସହ ୧୨ ପାହାର ବେତ ମାଡ ଖାଇବାକୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅନ୍ତର୍ଜାତୀୟ ଏକ ଖବରକାଗଜରେ ଏ ସମ୍ପର୍କରେ ପ୍ରକାଶ ପାଇଛି ।
୨୦୧୯ ମସିହାରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଜଣେ ୨୩ ବର୍ଷୀୟା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଭାରତୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ରାତିରେ ବସଷ୍ଟପ ଆଡକୁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କର ପିଛା କରିଥିଲା । ପରେ ଅଶ୍ଲୀଳ ଇଙ୍ଗିତ କରିଥିଲା । ପରେ ଜଙ୍ଗଲକୁ ଘୋଷାଡି ନେଇ ମୁହଁକୁ ମାଡ ମାରିବା ପରେ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏପରିକି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କୁ ଚିହ୍ନି ହେଉନଥିଲା ବୋଲି ଯୁବତୀଙ୍କ ପୁରୁଷବନ୍ଧୁ କହିଛନ୍ତି । ଏପରିକି ପୀଡିତାଙ୍କ ଗଳା ଚିପି ମାରିବାକୁ ଚାହୁଁଥିଲା ଅଭିଯୁକ୍ତ । ମାଡ ଯୋଗୁଁ ପୀଡିତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ୨୦୧୯, ମେ’ ୪ରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା ।
୪ ବର୍ଷ ପରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଜଣକ ଚିନ୍ନୈୟା କାର୍ତ୍ତିକ ବୋଲି ଜଣାପଡିଛି । ପୀଡିତା ଯେଉଁ ରାତିରେ ବସଷ୍ଟପ ଦେଇ ଯାଉଥିଲେ ସେ ସମୟରେ ଅଭିଯୁକ୍ତ କାର୍ତ୍ତିକ ସେଠାରେ ସଫେଇ କାର୍ଯ୍ୟ କରୁଥିଲା । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଯୁବତୀ ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ନିଜ ବନ୍ଧୁକୁ ଫୋନ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଘଟଣାର ତଦନ୍ତ କରିବା ପରେ ଘଟଣାର ଦିନକ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ତେବେ ଦୀର୍ଘ ୪ ବର୍ଷ ପରେ ମାମଲା ଶୁଣାଣି ହୋଇଛି । ଅଭିଯୁକ୍ତ ଚିନ୍ନୈୟା କାର୍ତ୍ତିକକୁ ୧୬ ବର୍ଷ ଜେଲ ଦଣ୍ଡ ସହ ୧୨ ଥର ବେତ ପାହାର ଦେବାକୁ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି ।
[ad_2]