ଦେଶ

ଚା’ ମିଳିବାକୁ ଡେରି ହେବାରୁ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇଲେ ବୃଦ୍ଧ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଗୋଟିଏ ଛୋଟ କଥାରୁ ଦେଖିବାକୁ ମିଳିଛି ଏକ ବଡ ଘଟଣା । ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଏକ ଛୋଟ କଥାକୁ ନେଇ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ୬୫ ବର୍ଷର ଜଣେ ବୃଦ୍ଧ ନିଜ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇଥିଲେ । କାଣ ତାଙ୍କ ଘର ଲୋକ ତାଙ୍କୁ ଚା ଦେବାରେ ଡେରି କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ କମାସିନ ଥାନା ଅଞ୍ଚଳରେ ଅଦୋରା ଗାଁରେ ରହୁଥିବା ଅବଧ କିଶୋର ତାଙ୍କ ପୁଅ ବୋହୁ ଚା ଆଣିବାରେ ଡେରି କରିଥିଲେ । ତେବେ ଏହି କଥାକୁ ନେଇ ଝଗଡା ହୋଇଥିଲା ।

ତେବେ ବୃଦ୍ଧ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ବାପ ଘରେ ରୁହନ୍ତି । ତାଙ୍କ ବିବାହିତ ଝିଅ ମଧ୍ୟ ତାଙ୍କ ପାଖରେ ରୁହନ୍ତି । ତେବେ ବୃଦ୍ଧ ବ୍ୟକ୍ତି ଜଣଙ୍କ ତାଙ୍କ ପୁଅ ବୋହୁକୁ ଚା ମାଗିଥିଲେ ଏହା ପରେ ଯେତେବେଳେ ଚା ଆଣିବାରେ ଡେରି ହୋଇଥିଲା ସେତେବେଳେ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ଘର ଲୋକ ବାହାରକୁ ମେଳା ଦେଖିବାକୁ ଯାଇଥିଲେ । ଏହା ପରେ ବୃଦ୍ଧ ବ୍ୟକ୍ତି ଜଣକ ନିଜ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇଥିଲେ । ଏହାପରେ ପଡୋଶୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button