ପୁଅ ମୁଣ୍ଡରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଦୁଇ ଗଡ କରିଦେଲା ମା’ – Ibnodisha

[ad_1]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ନମକାନି ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମହିଳା ତାଙ୍କର ଜନ୍ମକଲା ୧ ମାସର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ହତ୍ୟାକାରୀ ମା’କୁ ଗିରଫ କରିଛି । ଗିରଫ ମହିଳା ଜଣକ ହେଲେ ଗୁରୁ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ । ସୂଚନା ଅନୁଯାୟୀ, ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗ ଘର ଭିତରେ ଶୋଇଥିଲେ ।
ହଠାତ ଛୁଆର କାନ୍ଦ ଶୁଣି ବାହାରକୁ ଆସି ଦେଖିବା ବେଳକୁ କଅଁଳା ଛୁଆକୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ୪ ବର୍ଷ ପୂର୍ବେ ଲକ୍ଷ୍ମୀ ତା’ର ପ୍ରଥମ ସନ୍ତାନ ଏକ ବର୍ଷର ଝିଅକୁ ପାଣିରେ ବୁଡାଇ ମାରି ଦେଇଥିଲେ । ସେହି ଅପରାଧରେ ସେ ଜେଲ ମଧ୍ୟ ଯାଇଥିଲେ । କିଛିଦିନ ତଳେ ଜେଲରୁ ମୁକୁଳିଥିବା ବେଳେ ଆଜି ଶିଶୁପୁତ୍ର ମଥାରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି । ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡିବ ।
[ad_2]