ଦେଶ

ହିମାଚଳ ପ୍ରଦେଶ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି – Ibnodisha

[ad_1]

ନୂଆଦିଲ୍ଲୀ: ହିମାଚଳକୁ କନ୍ଦାଇଲାଣି ବର୍ଷା । ଗଲା ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ । ଭୁଶୁଡିଲା ଶହ ଶହ ଘର । ଉତ୍ତର ଭାରତର ପାହାଡ଼ିଆ ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବାର ଖବର ମିଳିଛି । ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟା ଏବେ ୫୦ଟପିଛି । ଏହାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ହିମାଚଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଭୂସ୍ଖଳନ ଓ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଋଷିକେଶରେ ଦୁଇ ଜଣ ଲୋକ ବୁଡିଯାଇଥିବା ଖବର ମିଳିଛି, ଯେଉଁଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣକୁ ଖୋଜା ଚାଲିଛି ।

ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ୨୪ଘଣ୍ଟା ହେଲାଣି ଲଗାତାର ବର୍ଷା ହେଉଛି । ସୋଲାନରେ ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସୋଲାନରେ ଦୁଇଟି ଘର ଧୋଇ ହୋଇଯାଇଥିବା ସାମ୍ନାକୁ ଆସିଛି । ବର୍ଷା ପାଇଁ ବନ୍ୟା ହେବାରୁ କିଛି ମନ୍ଦିର ଓ ସ୍କୁଲ ଘର ମଧ୍ୟ ଭୁଶୁଡି ପଡ଼ିଥିବାର ଖବର ମିଳିଛି । ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଆଜି ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା କ୍ଲାସ ଏବଂ ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଲଗାଣ ବର୍ଷା ପାଇଁ ଡେରାଡୁନ୍‌, ଟିହରୀ, ପେ?ଡୀ, ଚମ୍ପାୱତ, ନେ?ନିତାଲ, ଉଦ୍ଧମ ସିଂ ନଗର ଏବଂ ହରିଦ୍ୱାରରେ ରେଡ ଆଲର୍ଟ ଜାରି କରାଯାଇଛି । ଏହା ସହ ଲୋକଙ୍କୁ ବ?ାହାରକୁ ନ ବାହାରିବ?ା ପାଇଁ ମଧ୍ୟ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button