ଅପରାଧ

ଅନ୍ୟ ପୁଅ ସହ ନିଜ ଘର ଭିତରେ ଝିଅକୁ ଦେଖିଲେ ମା ଆଉ ସହିନପାରି ରାଗରେ କଲେ ଏମିତି କାଣ୍ଡ…. – Ibnodisha

[ad_1]

ହାଇଦ୍ରାବାଦ : ହାଇଦ୍ରାବାଦରେ ଘଟିଛି ଅଭାବନୀୟ ଘଟଣା। ପ୍ରେମିକ ଓ ପ୍ରେମିକା ଘର ଭିତରେ ଏକାକୀ ଦେଖି ମା’ଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା। ଆଉ ତା ପରେ ମା’ ଜଣଙ୍କ ରାଗିଯାଇ ତାଙ୍କ ଜନ୍ମ କଲା ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଲିସ କହିଛି ଯେ ଜଙ୍ଗାମ୍ମା ତାଙ୍କର ୧୯ ବର୍ଷୀୟ ଝିଅ ଭାର୍ଗବୀଙ୍କୁ ଇବ୍ରାହିମପଟନମ ସ୍ଥିତ ଘରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଭାର୍ଗବୀ ଘରେ କେହି ନଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଡାକିଥିଲେ। ଉଭୟଙ୍କୁ ଏକାଠି ପାଇବା ପରେ ସେ ଜଙ୍ଗାମ୍ମା ଏପରି କାଣ୍ଡ ଘଟାଇଛନ୍ତି।ବୁଧବାର ଜଙ୍ଗାମ୍ମା ନିଜ କାମରୁ ଘରକୁ ହଠାତ୍‌ ଲଞ୍ଚ ପାଇଁ ଚାଲି ଆସିଥିଲେ। ଏହି ସମୟରେ ସେ ଭାର୍ଗବୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଘର ଭିତରେ ଦେଖିଥିଲେ। ଏହାକୁ ଦେଖିବା ପରେ ସେ ପୂରା ରାଗି ଯାଇଥିଲେ। ତୁରନ୍ତ ଝିଅର ପ୍ରେମିକଙ୍କୁ ଚାଲିଯିବାକୁ କହିଥିଲେ। ସେ ଯିବା ପରେ ଜଙ୍ଗାମ୍ମା ଝିଅକୁ ପ୍ରବଳ ପିଟିଥିଲେ। ଶେଷରେ ଗୋଟିଏ ଶାଢ଼ୀ ଦ୍ୱାରା ତାଙ୍କ ତଣ୍ଟି ଚିପି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଇବ୍ରାହିମପଟନମର ପୁଲିସ୍‌ ଅଫିସର ସତ୍ୟନାରାୟଣ କହିଛନ୍ତି, ଭାର୍ଗବୀଙ୍କ ସାନ ଭାଇ ପୂରା ଘଟଣାର ସାକ୍ଷୀ। ସେ ନାବାଳକ ହୋଇଥିଲେ ମଧ୍ୟ ମା’ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଘରର ଝରକା ପଟେ ଜଙ୍ଗାମ୍ମା ବେଶ ନିଷ୍ଠୁର ଢଙ୍ଗରେ ଭାର୍ଗବୀଙ୍କୁ ମାଡ଼ ମାରୁଥିବା ସେ ଦେଖିଛନ୍ତି। ବେଶ କିଛି ଦିନ ହେବ ଝିଅର ବାହାଘର କରିବାକୁ ଜଙ୍ଗାମ୍ମା ପୁଅ ଖୋଜୁ ଥିଲେ। ହେଲେ ଭାର୍ଗବୀ ଜଣଙ୍କୁ ଭଲ ପାଉଥିବାରୁ ବାହା ହେବାକୁ ରାଜି ହେଉ ନଥିଲେ। ଏସବୁ ଭିତରେ ପ୍ରେମିକ ସହ ଭାର୍ଗବୀଙ୍କୁ ଦେଖିବାରୁ ଜଙ୍ଗାମ୍ମା ନିଜର ହିତାହିତ ଜ୍ଞାନ ହରାଇ ଏତେ ବଡ଼ ହତ୍ୟାକାଣ୍ଡ ଘଟାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button