ଦେଶ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଯୌନ ପିପାଶୁ କବଳରୁ ଝିଅକୁ ବଞ୍ଚାଇଲା ମାଆ – Ibnodisha

[ad_1]

ଭୋପାଳ: ଦିନକୁ ଦିନ ଶିଶୁମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ଥମିବାର ନାଁ ଧରୁନି । ମଧ୍ୟପ୍ରଦେଶରେ ଜଣେ ୧୧ବର୍ଷର ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ଘଟଣା ସାମ୍ନାକୁ ଆସିଛି । ଘର ବାହାରେ ଖେଳୁଥିବା ୧୧ ବର୍ଷର ଝିଅକୁ ଜୋର ଜବରଦସ୍ତ ଘର ଭିତରକୁ ଟାଣି ନେଉଥିବା ବେଳେ ନାବାଳିକାଙ୍କ ମାଆ ଏହାକୁ ଦେଖି ଦେଇଥିଲେ । ଏନେଇ ପୋଲିସକୁ ସୂଚନା ଦେବା ପରେ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି ପୋଲିସ । ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଭୋପାଳରେ କୋଲାର ଅଞ୍ଚଳରେ ଗତ ଶୁକ୍ରବାର ଦିନ ସନ୍ଧ୍‌ଯା ୮ଟା ସମୟରେ ଜଣେ ୧୧ବର୍ଷର ନାବାଳିକା ନିଜ ଘର ବାହାରେ ଖେଳୁଥିଲା । ଏହି ସମୟରେ ପଡୋଶୀ ଘରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ ନାବାଳିକା ଜଣକୁ ଏକୁଟିଆ ଦେଖି ତାକୁ ଜୋର ଜବରଦସ୍ତ ଘର ଭିତରକୁ ଟାଣି ନେଉଥିଲା । ଏହି ସମୟରେ ନିବାଳିକ ଜଣକ ଜୋରରେ ଚିତ୍କାର କରିଥିଲା । ଚିତ୍କାର ଶୁଣି ନାବାଳିକାର ମାଆ ଘର ବାହାରକୁ ଆସି ତାଙ୍କ ଝିଅକୁ ଯୁବକ ଜଣକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ମଧ୍ୟ ଯୁବକ ଜଣକ ଅଟକି ନଥିଲେ ଏବଂ ନାବାଳିକାକୁ ଟାଣି ନେଉଥିଲେ ।

ଏହି ସମୟରେ ମହିଳା ଜଣକ ଅନ୍ୟ କିଛି ଉପାୟ ନପାଇ ପାଖ ପଡ଼ୋଶୀମାନଙ୍କୁ ଡାକିଥିଲେ । ତେବେ ମହିଳାଙ୍କ ଡା଼କ ଶୁଣି ପଡ଼ୋଶୀମାନେ ଆସୁଥିବା ଦେଖି ଅଭିଯୁକ୍ତ ଜଣଙ୍କ ସେଠାରୁ ଚମ୍ପଟ୍ ମାରିଥିଲା । ଏହାପରେ ମହିଳା ଜଣଙ୍କ ପଡ଼ୋଶୀମାନଙ୍କ ସହ ମିଶି ଭୋପାଳରେ ଥିବା କୋଲାର ପୋଲିସ ଷ୍ଟେସନରେ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତରୁ ଅଭିଯୁକ୍ତ ଯୁବକ ଜଣକ ଭାଦିସା ଜିଲ୍ଲାର ମୂଳ ବାସିନ୍ଦା ଦେବୀଲାଲ ଅହିରୱାର ବୋଲି ଜଣା ପଡିିଛି । ଏହାସହ ସେ ଭୋପାଳରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ମିହିଳାଙ୍କ ପଡ଼ିଶା ଘରେ ରହୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button