ଦେଶ

ଯୌତୁକ ମାଗି ହଟହଟା ହେଲା ବର; ମୋଟର ସାଇକେଲ ବଦଳରେ ମିଳିଲା ଜୋତା ପାହାର – Ibnodisha

[ad_1]

ପାଟନା: ବିବାହରେ ଝଗଡ଼ା ହେଉଥିବା ତ ସାଧାରଣ କଥା । ପରସ୍ପର ବନ୍ଧୁମାନଙ୍କ ମଧ୍ୟରେ ହେଉ ବା ସାଙ୍ଗ ସାଥି ମଧ୍ୟରେ । ଝଗଡ଼ା ହେବାଟା ଥୟ। ଏକଥା ସମସ୍ତକୁ ଜଣା ଅଛି । ନିକଟରେ ବିବାହରେ ଏଭଳି ଏକ ଘଟଣା ଘଟିଯାଇଛି ଯାହା ଆପଣ କେବେ ନା ଭାବିଥିବେ ନାଁ ଆପଣ ଦେଖିଲେ ଆପଣଙ୍କ ଆଖିକୁ ବିଶ୍ୱାସ କରିପାରିବେ । କିନ୍ତୁ ଏହି ଘଟଣା ଆଶ୍ଚର୍ଯ୍ୟ କଲା ଭଳି ଆପଣ ବିଶ୍ୱାସ ନକରି ପାରିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ ଘଟଣା । ବାହା ହେବାକୁ ବର ବେଶରେ ଯାଇଥିଲା ବର ।

କିନ୍ତୁ ଜ୍ୱାଇଁ ଚର୍ଚ୍ଚା ପାଇବା ବଦଳରେ ଖାଇଥିଲା ଜୋତା ପାହାର । ଆଉ ଏହି ସମସ୍ତ ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ୍ ହୋଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବର ଜଣକ ବାହା ହେବାକୁ ଆସି ଏଭଳି ହଟହଟା ହେବାକୁ ପଡ଼ିବ ବୋଲି ସେ କେବେ ଭାବି ନଥିଲେ । ହେଲେ ତାଙ୍କ ସହ ଏପରି କିଛି ଘଟିଯାଇଥିଲା । ଶେଷରେ ବର ଜଣକ କାନ୍ଦି କାନ୍ଦି ଲୁହ ପୋଛି ଘରକୁ ଫେରିଥିଲେ । ବାସ୍ତବରେ ପୂରା ଘଟଣା ଥିଲା ଏପରି । ବର ଜଣକ ଏକ ମୋଟର ସାଇକେଲ କନ୍ୟପକ୍ଷଙ୍କୁ ଯୌତୁକରେ ମାଗିଥିଲେ । ହେଲେ ଏହି ଯୌତୁକ ପାଇଁ ତାଙ୍କୁ ଏପରି ଲାଞ୍ଝିତ ହେବାକୁ ପଡ଼ିବ ସେ କେବେ ଭାବିନଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବର ପିତା ଜଣକ ଯୌତୁକ ବିରୋଧୀ ।

ତେଣୁ ସେ ନିଜ ପୁଅ ବିବାହରେ କୌଣସି ଯୌତୁକ ଦାବି କରିନଥିଲେ । ହେଲେ ତାଙ୍କ ପୁଅ ବିବାହ ସମୟରେ କନ୍ୟା ପକ୍ଷକୁ ଯୌତୁକ ମାଗିଥିବା ବେଳେ ସେ ତାଙ୍କୁ ଜୋତାରେ ପିଟିଥିଲେ । ଆଉ କହିଥିଲେ ‘‘ତତେ ମୁଁ କହିଥିଲି ଜମି ବିକି ମୋଟର ସାଇକେଲ କିଣି ଦେବି ବୋଲି ହେଲେ ତୁ କନ୍ୟା ଘରକୁ ଯୌତୁକରେ ମୋଟର ସାଇକେଲ କାହିଁକି ମାଗିଲୁ । ମୁଁ ତତେ ଏଇ ସଂସ୍କାର ଦେଇଥିଲି ’’ ଏଭଳି କିଛି କହି ବର ପିତା ବରଙ୍କୁ ସମସ୍ତଙ୍କ ଗହଣରେ ଜୋତାରେ ପିଟିବାକୁ ଲାଗିଥିଲେ ଯାହାର ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଭିଡିଓଟିକୁ ଦେଖି ଅନେକ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ କିଛି ଲୋକ କମେଣ୍ଟରେ ଝିଅ ବଦଳରେ ମୋଟର ସାଇକେଲକୁ ବିବାହ କରିନେବା ପାଇଁ ପରାମର୍ଶ ଦେଉଥିବା ବେଳେ କିଛି ବ୍ୟକ୍ତି ବରର ବାପାଙ୍କୁ ସମ୍ମାନ ଜଣାଇବା ସହ ଏଭଳି ବାପା ସବୁ ପୁଅଙ୍କର ହେବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button