ଦେଶ

ମା’ ପାଖେ ଶୋଇ କାର୍ଟୁନ ଦେଖୁଥିଲା ଝିଅ , ହଠାତ ଚଳିଗଲା ଜୀବନ – Ibnodisha

[ad_1]

ଉତ୍ତରପ୍ରଦେଶ : ମୃତ୍ୟୁ ଏମିତି ବି ଆସେ । ମା’ ପାଖେ ଶୋଇ କାର୍ଟୁନ ଦେଖୁଥିଲା ଝିଅ , ହଠାତ ଚଳିଗଲା ଜୀବନ। ଉତ୍ତରପ୍ରଦେଶର ହସନପୁର ଅଞ୍ଚଳରେ ଘଟିଛି ଏପରି ଏକ ହୃଦୟ ବିଦାୟରକ ଘଟଣା । ହାତରେ ମୋବାଇଲ ଧରି କାର୍ଟୁନ ଦେଖୁଥିଲେ ୫ ବର୍ଷୀୟା ନାବାଳିକା। କାର୍ଟୁନ ଦେଖୁ ଦେଖୁ ହାତରୁ ଗଳି ପଡ଼ିଲା ମୋବାଇଲ ଓ ଚାଲିଗଲା ନାବାଳିକାଙ୍କ ଜୀବନ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତା ନାବାଳିକାଜଣକ ହେଉଛନ୍ତି କାମିନି। ସୂଚନା ଅନୁଯାୟୀ, କାମିନି ହସଖୁସିରେ ନିଜ ମା’ଙ୍କ ପାଖରେ ଶୋଇ ମୋବାଇଲରେ କାର୍ଟୁନ ଦେଖୁଥିଲେ। ମାତ୍ର ହଠାତ୍‌ ତାଙ୍କ ହାତରୁ ମୋବାଇଲଟି ଗଳି ପଡ଼ିବା ସହ ସେ ଅଚେତ ହୋଇ ପଡ଼ିଲେ। ଯେତେ ଡାକିଲେ ବି ସେ ଆଉ ଶୁଣି ନ ଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି। ତେବେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଦେଉ ନ ଥିବାରୁ ଏହା ହୃଦଘାତଜନିତ ମୃତ୍ୟୁ ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରିନି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button