ଦେଶ

ବିସିସିଆଇ ଲେବଲ-୩ କୋଚିଂ କୋର୍ସ ପୂର୍ଣ୍ଣ କଲେ ରାତ୍ରା – Ibnodisha

[ad_1]

ମୁମ୍ବାଇ: ବିସିସିଆଇର ଲେଭଲ ୩ କୋଚିଂ ପାଠ୍ୟକ୍ରମ ପୂରଣ କରିବାର ଗୌରବ ଅର୍ଜନ କରିଥିବା ଟେଷ୍ଟ କ୍ରିକେଟରଙ୍କ କ୍ଲବରେ ପ୍ରବେଶ କରିଛନ୍ତି ଅଜୟ ରାତ୍ରା । ଭାରତ ପକ୍ଷରୁ ୬ଟି ଟେଷ୍ଟ ଓ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଥିବା ରାତ୍ରା ଏକ ବର୍ଷର କଠୋର ପ୍ରଶିକ୍ଷଣ ମଡ୍ୟୁଲ ପରେ ବିସିସିଆଇ ଲେଭଲ ୩ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ରାତ୍ରା ରହିଛନ୍ତି । ଲାଲଚାନ୍ଦ ରାଜପୁତ, ସୁନୀଲ ଯୋଶୀ, ବଲବିନ୍ଦର ସାନ୍ଧୁ, ଏମ୍ ଭେଙ୍କଟରମାନା, ରବିନ୍ ସିଂହ, ରଘୁରାମ ଭଟ୍ଟ, ପ୍ରବୀଣ ଆମ୍ରେ, ଅର୍ସଦ ଆୟୁବ, ବିଜୟ ଭରଦ୍ୱାଜ ଓ ଭରତ ଅରୁଣଙ୍କ ଭଳି ଭାରତୀୟ ଖେଳାଳି ଲେଭଲ ୩ ମାନ୍ୟତା ହାସଲ କରିଛନ୍ତି । ୨୦୦୭ ପରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଲେଭଲ ୩ ପାସ୍ କରିଛନ୍ତି ରାତ୍ରା ।

ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କ ତତ୍ତ୍ୱାବଧାନରେ ଏବଂ ଦୀର୍ଘ ୧୨ ବର୍ଷ ପରେ ଏହି ପାଠ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଦଳର ପୂର୍ବତନ ୱିକେଟ୍ ରକ୍ଷକ ବ୍ୟାଟର ଗତ ଆଠ ବର୍ଷ ଧରି କୋଚିଂରେ ସାମିଲ ଥିଲେ । ସେ ଆସାମ, ପଞ୍ଜାବ ଏବଂ ନିକଟରେ ଉତ୍ତର ପ୍ରଦେଶରେ ମୁଖ୍ୟ କୋଚ୍ ଥିଲେ । ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ମଧ୍ୟ କାମ କରିଛନ୍ତି ଏବଂ ଜାତୀୟ କ୍ରିକେଟ୍ ଏକାଡେମିରେ ଏକାଧିକ ପ୍ରଶିକ୍ଷଣ ଶିବିରରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ଦକ୍ଷତା ଦୃଷ୍ଟିରୁ ଆପଣଙ୍କୁ ନିଜ କୋଚିଂ ଶୈଳୀରେ ଏକ ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତା ଅନୁସାରେ ପରିବର୍ତ୍ତନ ଆଣିବାକୁ ହେବ । ସେ ଯେଭଳି ସଟ୍ ଖେଳିପାରିବେ ଏବଂ କେଉଁ ସଟ୍ ଖେଳିପାରିବେ ନାହିଁ ସେଥିରୁ ଦୂରେଇ ରହିବେ । ଯଦି ଆପଣ ଛକା ମାରି ପାରୁନାହାନ୍ତି, ତା’ହେଲେ ଅଧିକ ଷ୍ଟ୍ରୋକ୍ ଯୋଡ଼ିବା ପାଇଁ କାମ କରନ୍ତୁ, ଯାହା ଆପଣଙ୍କୁ ବାଉଣ୍ଡ୍ରି ହାସଲ କରିବାରେ ସହାୟକ ହେବ ବୋଲି ଭାରତ ପାଇଁ ଛଅଟି ଟେଷ୍ଟ୍ ଏବଂ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୪୧ ବର୍ଷୀୟ ରାତ୍ରା କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button