ସେମିଫାଇନାଲ୍ ଲକ୍ଷ୍ୟରେ ଖେଳିବ ସା.ଆଫ୍ରିକା – Ibnodisha
[ad_1]
ପୁଣେ: ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ବୁଧବାର ଉଭୟଙ୍କର ସପ୍ତମ ମ୍ୟାଚ୍ ପୁଣେଠାରେ ଖେଳାଯିବ । ଏହି ମ୍ୟାଚ୍ ମାଧ୍ୟମରେ ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ଖେଳିବେ । ୧୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ତେମ୍ବା ବଭୁମାଙ୍କ ସାଉଥ୍ ଆଫ୍ରିକା ଏହି ମ୍ୟାଚ ଜିତିଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ । ଅନ୍ୟପକ୍ଷରେ ୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ବିଜୟୀ ହୋଇ ସେମି ନିକଟତର ହେବ ।
ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ବ୍ୟାଟିଂ କରି ସମସ୍ତ ମ୍ୟାଚ୍ରେ ସାଉଥ୍ ଆଫ୍ରିକା ୩୦୦ରୁ ଉର୍ଦ୍ଧ୍ୱ ରନ୍ ସଂଗ୍ରହ କରିବାରେ ଲାଗିଛି । ଦଳର ବ୍ୟାଟିଂ ଲାଇନ୍ ବର୍ତ୍ତମାନ ବିଶ୍ୱରେ ଶ୍ରେଷ୍ଠ ରହିଛି । ତଥାପି କ୍ରିକେଟ୍ ଏକ ଅନିଶ୍ଚିତ ଖେଳ ହୋଇଥିବାରୁ ନେଦରଲାଣ୍ଡସ୍ ଠାରୁ ଦଳ ପରାଜିତ ହୋଇଥିଲା । ସେହିପରି ନ୍ୟୁଜିଲାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ଫର୍ମରେ ରହିଛି । ଆୟୋଜକ ଭାରତ ଓ ପରେ ଅଷ୍ଟ୍ରେଲିଆଠାରୁ ଦଳ ଦୁଇଟି ପରାଜୟ ବରଣ କରିଛି । ଟମ୍ ଲାଥମ୍ଙ୍କ ନେତୃତ୍ୱରେ କିୱି ଦଳ ମଧ୍ୟ ୩୦୦ରନ୍ ପାର କରୁଛନ୍ତି । ସେଥିପାଇଁ ଏହି ମ୍ୟାଚ୍ରେ ଉଭୟ ଦଳର ବ୍ୟାଟରଙ୍କ ମଧ୍ୟରେ ମୁକାବିଲା ହେବ ।
ସାଉଥ୍ ଆଫ୍ରିକାର କ୍ୱିଣ୍ଟନ୍ ଡି\’କକ୍ (୪୩୧) ଏପର୍ଯ୍ୟନ୍ତ ତିନିଟି ଶତକ ହାସଲ କରିସାରିଛନ୍ତି । ସେହିପରି ଆଇଡେନ୍ ମାର୍କରମ୍ ଓ ହେନ୍ରିକ୍ କ୍ଲାସେନ୍ ଗୋଟିଏ ଲେଖାଏଁ ଶତକ ଅର୍ଜନ କରିଛନ୍ତି । ଏହି ସମସ୍ତ ବ୍ୟାଟର ବିସ୍ଫୋରକ ଇନିଂସ୍ ଖେଳିବାରେ ଏବେ ମାହିର । ଏମାନଙ୍କୁ ଟକ୍କର ଦେବାକୁ କିୱି ଦଳର ଯୁବ ବ୍ୟାଟ୍ସମ୍ୟାନ୍ ରଚିନ୍ ରବୀନ୍ଦ୍ର ଦୁଇଟି ଶତକ (୪୦୬) ହାସଲ କରି ଏବେ ବ୍ୟାଟିଂସେନ୍ସେସନ୍ ଭାବେ ନାଁ କମାଇଛନ୍ତି । ତାଙ୍କ ସହ ଡାରେଲ ମିଚେଲ ଓ ଡେଭନ୍ କନ୍ୱେ ମଧ୍ୟ ଶତକ ହାସଲ କରିଛନ୍ତି । କ୍ଲାସେନ୍ (୩୦୦ ରନ୍) ଦକ୍ଷିଣ ଆଫ୍ରିକା ପାଇଁ ପାୱାର ହିଟିଂ କମ୍ ଫିନିଶର୍ ଅଟନ୍ତି । କିୱି ଦଳର ମିଚେଲ ୩୨୨ ରନ୍ ସଂଗ୍ରହ କରିଛନ୍ତି ।
[ad_2]