ରାଜ୍ୟ

ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ କଟକଣା – Ibnodisha

[ad_1]

ଭୁବନେଶ୍ୱର: ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ ଆଜିଠାରୁ ୭ ମାସ ଲାଗି କଟକଣା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା ଓ ଦେବୀ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି। ଏଣେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ। ପ୍ରାୟ ୭ ମାସ ଯାଏଁ ମତ୍ସଜୀବୀମାନେ ସମୁଦ୍ରରୁ ମାଛ ନଧରିବା ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏଭଳି କଟକଣା ଲଗାଯାଇଥାଏ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button