ରାଜ୍ୟ

କପଣ୍ଡ ପ୍ରକଳ୍ପ ଉପରେ ଏନ୍‌ଜିଟି ରୋକ୍  – Ibnodisha

[ad_1]

କୋଇଡ଼ା:ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ତହସିଲ ଅନ୍ତର୍ଗତ ବଡ଼ପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ସମୁଦାୟ ୨୧୭ ଏକର ପରିମିତ ଘଞ୍ଚ ଜଙ୍ଗଲକୁ ବେଆଇନ ଭାବେ ଇଡ୍‌କୋକୁ ହସ୍ତାନ୍ତର କରାଯିବା ତଥା ସେହି ଜାଗାରେ କାଇ ଇଣ୍ଟରନ୍ୟାସନାଲ ଦ୍ୱାରା ସ୍ପଞ୍ଜ ଆଇରନ କାରଖାନା ପ୍ରତିଷ୍ଠା ଉଦ୍ୟମକୁ ଧକା ଲାଗିଛି। ଆବଶ୍ୟକ ମଞ୍ଜୁରୀ ନ ମିଳିବା ପର୍ଯ୍ୟନ୍ତ ଜାତୀୟ ସବୁଜ ପ୍ରାଧିକରଣ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ଆଦେଶ ଦେଇଛନ୍ତି। ସୂଚନା ଅନୁସାରେ, ସେଠାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିନା ପରିବେଶ ମଞ୍ଜୁରୀରେ ବେନିୟମ ଭାବେ ୧୦ ହଜାରରୁ ଅଧିକ ମୂଲ୍ୟବାନ ଗଛକାଟି ସଫା କରିଦିଆଯାଇଥିଲା।

ସ୍ଥାନୀୟ ପ୍ରଶାସନର ଅନୁକମ୍ପା, ମିଥ୍ୟା ଜନଶୁଣାଣି, ବ୍ୟାପକ ଜଙ୍ଗଲ ନଷ୍ଟ, ସରକାରୀ ଜମି ପ୍ରଦାନ ସହିତ ସ୍ଥାନୀୟ ଅଧିବାସୀଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରିବା ଅଭିଯୋଗରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ମାମଲା ଦାୟର କରାଯାଇଥିଲା। ସେତେବେଳେ ଗଛକଟା ସହ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ପ୍ରାଧିକରଣ ମଧ୍ୟବର୍ତ୍ତୀ ନିର୍ଦେଶ ଦେଇଥିଲେ। ଏକ କମିଟି ଗଠନକରି ତଦନ୍ତ ପାଇଁ ପ୍ରାଧିକରଣ କହିଥିଲେ। ଏହି କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ, ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ, ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶୀଲ କୁମାର ପୋପଲି, ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି ମିଳିତ ଭାବେ ତଦନ୍ତକରି ରିପୋର୍ଟ ଦାଖଲ କରିଥିଲେ। ଏହି ସମସ୍ତ ଘଟଣାକୁ ବିଚାର କରି ଚଳିତମାସ ୨୨ ତାରିଖରେ ପ୍ରାଧିକରଣ ରାୟ ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟିର ସମସ୍ତ ତଥ୍ୟକୁ ଠିକ୍‌ ଭାବେ ଯାଞ୍ଚ କରାଯିବା ସହିତ ମନ୍ତ୍ରାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ସମସ୍ତ ମଞ୍ଜୁରୀ ନ ମିଳିବା ପର୍ଯ୍ୟନ୍ତ ଉକ୍ତସ୍ଥାନରେ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ଜାତୀୟ ସବୁଜ ପ୍ରାଧିକରଣ ନିର୍ଦେଶ ଦେଇଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button