ଦେଶ

ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ମୋଦୀ-ଜିନପିଙ୍ଗଙ୍କ ମଧ୍ୟରେ ସହମତି – Ibnodisha

[ad_1]

ନୂଆଦିଲ୍ଲୀ: ଲଦାଖରେ ଉତ୍ତେଜନା ହ୍ରାସ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ରାଜି ହୋଇଛନ୍ତି। ଏ ସଂପର୍କରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଆଲୋଚନା ହୋଇଥିଲା । ଏହି ଆଲୋଚନା ବେଳେ ଲଦାଖରେ ଯଥାଶୀଘ୍ର ଉତ୍ତେଜନା ହ୍ରାସ’ କରିବାକୁ ଉଭୟ ରାଜି ହୋଇଛନ୍ତି।

ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଲଏସିରେ ଚାଲିଥିବା ବିବାଦ ପ୍ରସଙ୍ଗରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତାଙ୍କର ଚିନ୍ତା ବିଷୟରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ-ଚୀନ ସମ୍ପର୍କକୁ ସ୍ୱାଭାବିକ କରିବାକୁ ହେଲେ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଏଲଏସିକୁ ସମ୍ମାନ ଦେବା ଜରୁରୀ। ଏହା ପରେ ଖୁବଶୀଘ୍ର ଉତ୍ତେଜନା ହ୍ରାସ କରାଯାଉ ବୋଲି ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା।

ଗତବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିଲେ ଓ ସଂକ୍ଷିପ୍ତ କଥାବାର୍ତ୍ତା କରିଥିଲେ । ଏହା ୨୦୨୦ରେ ଲଦାଖରେ ଗଲଓ୍ବାନ ବିବାଦ ଆରମ୍ଭ ହେବା ପରଠାରୁ ସାର୍ବଜନୀନ ଭାବେ ଦୁଇ ଶୀର୍ଷ ନେତାଙ୍କ ପ୍ରଥମ ମୁହାଁମୁହିଁ ବୈଠକ ଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button