ରାଜ୍ୟ

ଯୁବ କଂଗ୍ରେସ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତିମାନଙ୍କର ବୈଠକ – Ibnodisha

[ad_1]

ଭୁବନେଶ୍ୱର:  ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନବନିଯୁକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତିମାନଙ୍କର ବୈଠକ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମିଲିନ୍ଦ ଗୌତମ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର ସଭାପତିମାନେ ନିଜ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥରେ ଯୁବ କଂଗ୍ରେସର କର୍ମୀମାନଙ୍କୁ ସଂଗଠିତ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ ।

ମୋଦୀ ଓ ନବୀନ ସରକାରର ଅପାରଗତା, ଦୁର୍ନୀତି, କୁଶାସନ ଓ ଜନବିରୋଧି ନୀତି ସମ୍ପର୍କରେ ବୁଥ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରନ୍ତୁ । ଯଦି ଯୁବ କଂଗ୍ରେସର କର୍ମକର୍ତାମାନେ ବୁଥ ସ୍ତରରେ ମୋଦୀ ଓ ନବୀନ ସରକାର ବିରୁଦ୍ଧରେ କ୍ରାନ୍ତି ଆଣିପାରିବେ ତେବେ ଆଜିର ପରିସ୍ଥିତିର ପରିବର୍ତନ ସୁନିଶ୍ଚିତ । ବୁଥସ୍ତରରେ ଥିବା ବେକାର ଯୁବକ ଯୁବତୀଙ୍କୁ ଜାଗ୍ରତ କରାନ୍ତୁ । ବିଧାନସଭା ଯୁବ କଂଗ୍ରେସ ପଂଚାୟତ, ବ୍ଲକ, ତହସିଲ, ଥାନା ଆଦି ସରକାରୀ ଅନୁଷ୍ଠାନରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାଶ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଅଭିନବ ଭଗତ କହିଥିଲେ ଯେ ଓଡ଼ିଶାର ଯୁବ ସମାଜ ମୋଦୀ ଓ ନବୀନ ସରକାର ଦ୍ୱାରା ପ୍ରତାରିତ ହୋଇଛନ୍ତି । ପରିବର୍ତନ ପାଇଁ ସଂଗ୍ରାମରେ ସେମାନେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ବିଧାନସଭାରୁ ବୁଥ ଯାଏ ଯୁବ କର୍ମୀଙ୍କୁ ସଂଗଠିତ କରାଯିବ । ଉପେକ୍ଷିତ, ଅତ୍ୟାଚାରିତ, ପ୍ରତାରିତ ଓ ନିଷ୍ପେସିତ ଯୁବକ ଯୁବତୀମାନେ ଯୁବ କଂଗ୍ରେସର ଲଢ଼େଇରେ ସାମିଲ ହୁଅନ୍ତୁ । ପ୍ରତି ପଂଚାୟତରେ ଯୁବ କଂଗ୍ରେସ କର୍ମୀମାନେ ମୋଦୀ ଓ ନବୀନ ବିରୋଧି କାର୍ଯ୍ୟକ୍ରମ କରିବେ । ସେଥିରେ ଓଡ଼ିଶାର ଯୁବ ସମାଜ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଆଗାମୀ ନିର୍ବାଚନର ଲଢ଼େଇ ମୈଦାନରେ ଦଳକୁ ବିଜୟୀ କରିବାପାଇଁ ବିଧାନସଭା ଯୁବ କଂଗ୍ରେସ ସଭାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ରମେଶ ଜେନା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଅଭିଳାଷ ମାଣିଆ, ସିର୍ଦ୍ଧାଥ ରାଉତରାୟ, ଆଲୋକ ଲେଙ୍କା, ଗୋପନ ମାର୍ଥା, ସ୍ୱାଗତ କର, ଅଭିଜିତ ଜେନା, ନିହାର ବେହେରା, ସୁଦୀପ ସାମଲ, ଜାଭେଦ ଅକତାର, ବଳରାମ ନନ୍ଦ, ସୁରଜ ରାଉତ, ବିଂରଚି ବାରିକ, ଅମରେଶ ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button