ରାଜ୍ୟ

ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା, ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ କରୁଛନ୍ତି ଲୁଟ୍

ଭୁବନେଶ୍ବର: କିଛିଦିନ ବ୍ୟବଧାନରେ ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା। ଏଟିଏମ ଲୁଟେରାଙ୍କ Exclusive ଭିଜୁଆଲ କଏଦ ହୋଇଛି। ଏଟିଏମ ମେସିନରୁ ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ ଲୁଟ କରୁଛନ୍ତି ଲୁଟେରା। ଏଟିଏମରେ କେହି ନ ଥିବା ବେଳେ କଳା ଟେପ ବ୍ୟବହାର କରୁଛନ୍ତି। ଆଉ ପରବର୍ତ୍ତୀ ସମୟରେ ଲୁଟି ନେଉଛନ୍ତି ଟଙ୍କା।

ପୁରୀ, ଭୁବନେଶ୍ୱର, କଟକରେ ଏଭଳି ଅପରେସନ କରୁଛନ୍ତି ଲୁଟେରା। ପୁରୀ ଭୁବନେଶ୍ୱରରୁ ଗୋଟିଏ ଲେଖାଏଁ ଏଟିଏମ ଲୁଟିଥିବା ବେଳେ କଟକରୁ ଦୁଇଟି ଏଟିଏମ ଲୁଟ ନେଇ ଥାନାରେ ମାମଲା ରୁଜୁ ହୋଇଛି। ତେବେ ମହିଳାଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ଗ୍ୟାଙ୍ଗକୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୁଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button