IBN ଓଡ଼ିଶା ବ୍ୟୁରୋ
ନିଜ ଗୁଳିରେ ବଲିଉଡ୍ ଅଭିନେତା ଗୋବିନ୍ଦା ଆହତ

ନୂଆଦିଲ୍ଲୀ: ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା । ଆହତ ଗୋବିନ୍ଦାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସକାଳ ୪.୪୫ ରେ ଏହି ଘଟଣା ଘଟିଛି। ଅଭିନେତା ସକାଳେ କୌଣସି ସ୍ଥାନକୁ ଯିବା ପାଇଁ ଘରୁ ବାହାରୁ ଥିଲେ ଏବଂ ତାଙ୍କର ହାତରୁ ଗୁଳି ଫୁଟିଯାଇ ତାଙ୍କ ଗୋଡରେ ବାଜିଥିଲା।
ପରେ ସେ ଆହତ ହୋଇଥିଲେ। ଏହା ପରେ ତୁରନ୍ତ ତାଙ୍କୁ କ୍ରିତି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।