ମହିଳାଙ୍କୁ ଚାକିରି କରାଇଦେବାକୁ କହି ବସ୍ କଣ୍ଡକ୍ଟର ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]
ନୂଆଦିଲ୍ଲୀ: ରାଜଧାନୀରେ ପୁଣି ଦୁଷ୍କର୍ମ । ମହିଳାଙ୍କୁ ଚାକିରି କରାଇଦେବାକୁ କହି ଦୁଷ୍କର୍ମ କଲା ବସ୍ କଣ୍ଡକ୍ଟର । ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ପରି ଅନେକ ଅପରାଧୀକ ଘଟଣା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଜଣେ ବସ୍ କଣ୍ଡକ୍ଟର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବୁଧବାର ଏନେଇ ଥାନାରେ ଅଭିଯୋଗ କରାଯାଇଛି । ଦିଲ୍ଲୀ ପରିବହନ ନିଗମର ଜଣେ ବସ୍ କଣ୍ଡକ୍ଟର ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଖାଲି ଦୁଷ୍କର୍ମ ନୁହେଁ ସେହି ସମୟର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ କରାଯାଇଥିବା ପୋଲିସ କହିଛି । ପୋଲିସର ସୂଚନା ଅନୁସାରେ ପୀଡ଼ିତା ମହିଳା ଚାକିରି କରିବାକୁ ଇଚ୍ଛୁକ ଥିଲେ । ସେ ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ଟାଇପିଷ୍ଟ ଭାବେ ଊଞଉ କାମ କରିଥିଲେ । ହେଲେ ତାଙ୍କର ବିବାହ ପରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ମା’ ହେବା ପରେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା ।
ଚାକିରି ସମୟରେ ପୀଡ଼ିତା ମହିଳା ଅଭିଯୁକ୍ତ ସହ ପରିଚୟ ହୋଇଥିଲା । ହେଲେ ଏବେ ସେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରିବାରୁ ଅଭିଯୁକ୍ତ କଣ୍ଡକ୍ଟର ତାଙ୍କୁ ସାହାଯ୍ୟ କରିବାକୁ କହି ତାଙ୍କ ସହ ଦୁଷ୍କର୍ମ କରିଥିବା ପୋଲିସ କହିଛି । ଖାଲି ସେତିକି ନୁହେଁ, ଅଭିଯୁକ୍ତ କଣ୍ଡକ୍ଟର ମହିଳାଙ୍କ ଘରକୁ ଆସିଥିଲେ । ସେଠାରେ ଥଣ୍ଡା ପାନୀୟ ପିଇବା ସହ ମହିଳାଙ୍କ ଘର ଭିତରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ସମୟରେ ଫଟୋ ଓ ଭିଡିଓ କରିଥିଲା ଅଭିଯୁକ୍ତ । ପରେ ସେହି ଫଟୋ ଓ ଭିଡିଓ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ ମଧ୍ୟ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଅଧାର କରି ପୋଲିସ ତଦନ୍ତ କରୁଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ହେଲେ ଏହି ଘଟଣାରେ କେବଳ ମୁଖ୍ୟ ଅଭିଯୁକ୍ତ କଣ୍ଡକ୍ଟର ନୁହେଁ, ଅନ୍ୟ କିଛି ବ୍ୟକ୍ତିଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି । ପୋଲିସ କହିଛି, ଏହି ଘଟଣାରେ ୪ରୁ ୫ଜଣଙ୍କ ହାତ ଥିବା ଅନୁମାନ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଜେଲ୍ରେ ରହିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି ।
[ad_2]




