ବିବାହ ପ୍ରତିଶୃତି ଦେଇ ପ୍ରତାରଣା; ପ୍ରେମିକା ଦୁଇ ଥର ଗର୍ଭବତୀ ହେବା ପରେ ଛୁ ମାରିଲା ପ୍ରେମିକ – Ibnodisha

[ad_1]
ଅହମ୍ମଦାବାଦ: ମିଛ ପ୍ରତିଶୃତି ଦେଇ ପ୍ରେମରେ ପ୍ରତାରଣା । ଚାକିରିର ଲୋଭ ଦେଖାଇ ପ୍ରଥମେ ଯୁବତୀଙ୍କୁ ବିହାରରୁ ଅହମ୍ମଦାବାଦ ଡକାଇଲେ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଗର୍ଭବତୀ ହେବା ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଧୋକା ଦେଲେ ସ୍ପା ମାଲିକ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ସୂଚନା ଅନୁସାରେ, ବିହାରର ମୂଳ ବାସିନ୍ଦା ଜଣେ ୨୬ ବର୍ଷୀୟା ଯୁବତୀ ୨୦୧୭ ମସିହାରେ ଅହମ୍ମଦାବାଦ ଆସିଥିଲେ ।
ସେଠାରେ ଯୁବତୀଙ୍କ ଭଉଣୀ ତାଙ୍କୁ ଏକ ସ୍ପାରେ ମସାଜ ଥେରାପିଷ୍ଟ ଭାବରେ ଚାକିରି କରାଇ ଦେଇଥିଲେ । ଏହା ପରେ ଯୁବତୀ ଜଣକ ଦୁଇ ଦିନ ନିଜ ଭଉଣୀଙ୍କ ପାଖରେ ରହିବା ପରେ କାହାକୁ କିଛି ନଜଣାଇ ନିଜ ଘରକୁ ଚାଲିଯାଇଥିଲେ । ଏହାସହ ନିଜ ଫୋନକୁ ମଧ୍ୟ ବନ୍ଦ କରିଦେଇଥିଲେ । ତେବେ ୨୦୨୦ ମସିହାରେ କେରଳର ଆନନ୍ଦ ଜଏସ ସଜିକୁମାର ନାମକ ଜଣେ ସ୍ପା ମାଲିକ ଯୁବତୀଙ୍କ ଫେସବୁକ୍ ପ୍ରୋଫାଇଲ ଦେଖି ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏହାସହ ଯୁବତୀଙ୍କୁ ୨୦ ହଜାର ଟଙ୍କା ଦରମା ଦେବା ସହ ସ୍ପାରେ ମ୍ୟାନେଜର କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ପୁଣି ଥରେ ବିହାରରୁ ଅହମ୍ମଦାବାଦର ପାଲଡିରେ ଥିବା ସେହି ସ୍ପା ସେଣ୍ଟରକୁ ଆସି ସେଠାରେ ଚାକିରି କରିଥିଲେ ।
ତେବେ ଚାକିରି କରିବାର କିଛି ଦିନ ପରେ ସ୍ପା ମାଲିକଙ୍କ ସହ ଯୁବତୀଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଲା । ଦିନେ ସ୍ପା ମାଲିକ ଯୁବତୀଙ୍କୁ ବାହାରକୁ ବୁଲାଇ ନେବା ସହ ସେଠାରେ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲା ଏବଂ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏହା ପରେ ଏକ ଭଡା ଘର ନେଇ ସେଠାରେ ଯୁବତୀଙ୍କୁ ସ୍ତ୍ରୀ ଭାବରେ ରଖିଥିଲା । ତେବେ ଯବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ବନ୍ଧ ରଖିବା ଫଳରେ ଯୁବତୀ ଜଣଙ୍କ ଦୁଇଥର ଗର୍ଭବତୀ ହୋଇଥିଲେ, କିନ୍ତୁ ସ୍ପା ମାଲିକ ଜଣକ ଯୁବତୀଙ୍କୁ ଗର୍ଭନିରୋଧ ବଟିକା ଦେଇ ତାଙ୍କ ଗର୍ଭପାତ କରାଇଥିଲା ।
[ad_2]




