ଦେଶ

ସ୍ମାଇଲ୍ ଡିଜାଇନିଂ ପାଇଁ ଚାଲିଗଲା ଜୀବନ – Ibnodisha

[ad_1]

ହାଇଦ୍ରାବାଦ : ମହଙ୍ଗା ପଡିଲା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରାଯାଇଥିବା ଅପରେସନ୍ । ସ୍ମାଇଲ୍ ଡିଜାଇନିଂ ଅପରେସନ ବେଳେ ହାଇଦ୍ରାବାଦରେ ଜଣେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି । ହସ ହସ ଚେହେରା ପାଇଁ କରିଥିବା ଚେଷ୍ଟା ଆଜି ବିଫଳ ହୋଇଛି । ଶେଷରେ ଜୀବନ ହାରିଛନ୍ତି ୨୮ ବର୍ଷୀୟ ଯୁବକ ଲକ୍ଷ୍ମୀ ନାରାୟଣ ଭିଞ୍ଜମ୍ । ଲକ୍ଷ୍ମୀ ନାରାୟଣଙ୍କର ଆସନ୍ତା ସପ୍ତାହରେ ବିବାହ ପାଇଁ ସ୍ଥିର ହୋଇଥିଲା । କିନ୍ତୁ ତା ପୂର୍ବରୁ ସେ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରିଥିଲେ ।

ହାଇଦ୍ରାବାଦର ଜୁବଲି ହିଲ୍ସର ୠଗଝ ଇଣ୍ଟରନ୍ୟାସନାଲ ଡେନ୍ଟାଲ କ୍ଲିନିକ୍‌ରେ ଲକ୍ଷ୍ମୀ ସର୍ଜରୀ କରାଇଥିଲେ । ଏହା କିନ୍ତୁ ଘାତକ ସାବ୍ୟସ୍ତ ହୋଇଥିଲା । ଅପେରସନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଧିକ ନିଶ୍ଚେତକ ପ୍ରୟୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଅପେରସନ କରିଥିବା କ୍ଲିନିକ୍ ବିରୋଧରେ ତଦନ୍ତ କରୁଛି । ଏହି ଅପରେସନ୍ ବିଷୟରେ ସେ ପରିବାର ଲୋକଙ୍କୁ ଜଣାଇନଥିବା ଲକ୍ଷ୍ମୀଙ୍କ ପିତା କହିଛନ୍ତି । ସେ କହିଛନ୍ତି ମୃତ୍ୟୁ ପାଇଁ ଡାକ୍ତର ଦାୟୀ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ କ୍ଲିନିକ୍ ନାଁରେ ମାମଲା ରୁଜୁ କରିଛି । ଏହାପୂର୍ବରୁ ଅନେକ ଲୋକ ପ୍ଲାଷ୍ଟିକ୍ ସର୍ଜରୀ ଅପରେସନ୍ ବେଳେ ପ୍ରାଣ ହରାଇଛନ୍ତି । ଏଥିରୁ ବର୍ତ୍ତିନାହାନ୍ତି ଅଭିନେତା ଓ ଅଭିନେତ୍ରୀ । ଅନେକ ଅଭିନେତ୍ରୀ ସୁନ୍ଦର ଚେହେରା ପାଇଁ ସର୍ଜରୀ କରିଥିବା ଲୋକଲୋଚନକୁ ଆସିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button