ଦେଶ

ଗାଜା ଉପରେ ବୋମା ବର୍ଷା କଲା ଇସ୍ରାଏଲ – Ibnodisha

[ad_1]

ନୂଆଦିଲ୍ଲୀ : ଗାଜା ଉପରେ ବୋମା ବର୍ଷା କଲା ଇସ୍ରାଏଲର , ତେବେ ଏଥିରେ ୬୮ ଜଣଙ୍କ ମୃତ୍ୟୁ ହୋଇଛି ।ସୂଚନା ଅନୁଯାଇ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୬୮ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା ମିଳିଛି। ଏ ଯାଏଁ ୨୦ହଜାର ୪୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ଅଢ଼େଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ସ୍ଥାନୀୟ ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ଅତି କମରେ ୩୩ ଟି ମୃତଦେହ ମିଳିଛି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଉକ୍ତ ଘରେ ଅଧିକ ଲୋକ ଥିଲେ। ସେହି ଘରେ ମହିଳା ସହ ଛୁଆ ମଧ୍ୟ ରହିଥିଲେ। ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ ଥିବା ଘର ସବୁ ଭାଙ୍ଗି ଯାଇଥିବା କଥା ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅଶରଫ୍‌ ଅଲ୍‌-କ୍ବିଦ୍ରା କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’ ରିପୋର୍ଟ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button