ଦେଶ

ଆଖିବୁଜି‌ଲା ଭାରତର ସବୁଠାରୁ ବୟସ୍କ ହାତୀ, ନାମ ଥିଲା ବିଜୁଳି ପ୍ରସାଦ – Ibnodisha

[ad_1]

ନୂଆଦିଲ୍ଲୀ: ଆସାମର ସୋନିତପୁର ଜିଲ୍ଲାରେ ଭାରତର ସବୁଠାରୁ ବୟସ୍କ ହାତୀର ଗତ ସୋମବାର ମୃତ୍ୟୁ ହୋଇଛି। ମୃତ ବେଳକୁ ହାତୀର ବୟସ ୮୯ବର୍ଷ ରହିଥିଲା।

ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ହାତୀ ବିଜୁଳି ପ୍ରସାଦର ବୟସ ଅଧିକ ହୋଇଯିବା ହେତୁ ତାର ମୃତ୍ୟୁ ହୋଇଛି। ସେ ଦ ବିଲିୟମ୍ସନ ମେଗର ଗ୍ରୁପର ବେହଲି ଚା’ ବଗିଚାରେ ଶେଷ ନିଶ୍ବାସ ତ୍ୟାଗ କରିଛି। ବିଜୁଳିର ମୃତ୍ୟୁ ଖବର ଶୁଣିବା ପରେ ବିଜୁଳି ସହିତ ‌ଜଡ଼ିତ ଥିବା ପଶୁପ୍ରେମୀ, ଚା’ ବଗିଚାର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଶୋକବ୍ୟକ୍ତ କରିଛନ୍ତି।

ବିଜୁଳି ପ୍ରସାଦ ଦ ବିଲିୟମ୍ସନ ମେଗର ଗ୍ରୁପ ପାଇଁ ଗୌରବର ପ୍ରତୀକ ଥିଲା। ଛୋଟ ଥିଲା ବେଳେ ବିଜୁଳିକୁ ବାରଗଙ୍ଗ ଚା’ ବଗିଚାକୁ ଅଣାଯାଇଥିଲା। ଯେତେବେଳେ କମ୍ପାନି ବାରଗଙ୍ଗ ଚା’ ବଗିଚାକୁ ବିକ୍ରି କରିଦେଲା, ତା’ପରେ ବିଜୁଳିକୁ ଦ ବିଲିୟମ୍ସନ ମେଗର ଗ୍ରୁପର ଚା’ ବଗିଚାକୁ ଅଣାଯାଇଥିଲା। ସାଧାରଣତଃ ହାତୀ ୬୨ରୁ ୬୫ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିବା ବେଳେ ବିଜୁଳିର ଉତ୍ତମ ଯତ୍ନ ପ‌ାଇଁ ସେ ୮୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା।

୮/୧୦ବର୍ଷ ପୂର୍ବରୁ ବିଜୁଳି ପ୍ରସାଦର ସବୁ ଦାନ୍ତ ଝଡ଼ି ଯାଇଥିଲା। ସେ କିଛି ଖାଇ ପାରୁ ନଥିଲା। ଡାକ୍ତର କହିଥିଲେ ବିଜୁଳି ଆଉ ବେଶୀ ଦିନ ବଞ୍ଚିବ ନାହିଁ। କିନ୍ତୁ ତାର ସ୍ବାସ୍ଥ୍ୟର ଯତ୍ନ ନେବା ସହିତ ସବୁବେଳେ ଶିଝା ଖାଦ୍ୟ ଦିଆଯାଇଥିଲା। ବିଜୁଳି ପ୍ରତିଦିନ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଥାଏ। ଯଦ୍ବାରା ସେ ୮୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button