ଦେଶ

ସୋ’ରୁମରେ ଜଳିଗଲା ୪୦୦ ନୂଆ ଟିଭିଏସ୍ ବାଇକ୍ – Ibnodisha

[ad_1]

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଏକ ବାଇକ୍ ସୋ’ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦୦ରୁ ଅଧିକ ଦୁଇ ଚକିଆ ଯାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି।  ସର୍ଟ ସର୍କିଟ ରୁ ଏହା ଘଟିଥିବା ସନ୍ଦେହ କରାଯାଉଛି ।

ଆନ୍ଧ୍ର ପ୍ରଦେଶ ପୋଲିସର ସୂଚନା ଅନୁଯାୟୀ, ଜଳିଯାଇଥିବା ସୋ’ରୁମଟି ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ପାର୍ଶ୍ବରେ ଥିବା କେପି ନଗରରେ ଥିଲା ଓ ସେଥିରେ ଟିଭିଏସ କମ୍ପାନିର ପେଟ୍ରୋଲ ଓ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର ଥିଲା । ସୋ’ରୁମ୍ ର ପ୍ରଥମ ମହଲାରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗୋଦାମକୁ ବ୍ୟାପିଯାଇଥିଲା। ସୁରକ୍ଷାକର୍ମୀମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦମକଳ ବାହିନୀ ପହଞ୍ଚିବାବେଳକୁ ନିଆଁ ସମଗ୍ର ସୋ’ରୁମ ଓ ଗୋଦାମକୁ କବଳିତ କରିସାରିଥିଲା ।

 

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କିଛି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାର୍ଜ ହେଉଥିବା ବେଳେ ସର୍ଟସର୍କିଟ ହୋଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକରେ ଅଧିକ ଦ୍ରୁତ ଗତିରେ ନିଆଁ ଲାଗିବା ପରେ ତାହା ଅନ୍ୟଆଡ଼କୁ ବ୍ୟାପିଯାଇଥିବା କୁହାଯାଉଛି । ପୁଣି ସମୁଦାୟ ସୋରୁମଟି ପ୍ରି-ଫାବ୍ରିକେଟେଡ୍ ହୋଇଥିବାରୁ ନିଆଁ ଲାଗିବା ସହଜ ହୋଇଥିଲା ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button