ଦେଶ

ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଗଗନଯାନ ମିଶନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ୨୦୩୫ ସୁଦ୍ଧା ‘ଭାରତୀୟ ସ୍ପେଶ୍ ଷ୍ଟେସନ୍‌\’ (ଭାରତୀୟ ମହାକାଶ କେନ୍ଦ୍ର) ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍  ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ମହାକାଶ ବିଭାଗ ଗଗନଯାନ ମିଶନର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲା; ଯେଉଁଥିରେ ଏପର୍ଯ୍ୟନ୍ତ ବିକଶିତ ବିଭିନ୍ନ ଜ୍ଞାନକୌଶଳ ଯଥା ହ୍ୟୁମାନ ରେଟେଡ୍ ଲଞ୍ଚ୍ ଭେଇକିଲ୍ ଏବଂ ସିଷ୍ଟମ୍ ଯୋଗ୍ୟତା ଅନ୍ତର୍ଭୁକ୍ତ ।

ହ୍ୟୁମାନ ରେଟେଡ୍ ଲଞ୍ଚ୍ ଭେଇକିଲ୍ (ଏଚ୍ ଏଲ୍ ଭି ଏମ୍ ୩)ର ୩ଟି ମାନରହିତ ମିଶନ ସମେତ ପ୍ରାୟ ୨୦ଟି ପ୍ରମୁଖ ପରୀକ୍ଷଣ ପାଇଁ ଯୋଜନା କରାଯାଇଛି । କ୍ରୁ ଏସ୍କେପ୍ ସିଷ୍ଟମ୍ ଟେଷ୍ଟ ଭେଇକିଲର ପ୍ରଥମ ପ୍ରଦର୍ଶନ ବିମାନ ଅକ୍ଟୋବର ୨୧ ତାରିଖରେ ଉଡ଼ାଣ କରିବ । ଏହି ବୈଠକରେ ମିଶନର ପ୍ରସ୍ତୁତିର ମୂଲ୍ୟାଙ୍କନ କରାଯାଇ ୨୦୨୫ରେ ଏହାର ଶୁଭାରମ୍ଭକୁ ସୁନିଶ୍ଚିତ କରାଯାଇଥିଲା । ସମ୍ପ୍ରତି ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍‌-୧ ମିସନ୍ ସମେତ ଭାରତୀୟ ମହାକାଶ ପଦକ୍ଷେପର ସଫଳତାକୁ ଆଧାର କରି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଭାରତ ୨୦୩୫ ସୁଦ୍ଧା ‘ଭାରତୀୟ ସ୍ପେଶ୍ ଷ୍ଟେସନ୍‌\’ ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ସମେତ ନୂତନ ଏବଂ ମହତ୍ୱାକାଂକ୍ଷୀ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍ । ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ମହାକାଶ ବିଭାଗ ଚନ୍ଦ୍ର ଅନୁସନ୍ଧାନ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ ।

ଏଥିରେ ଚନ୍ଦ୍ରଯାନ ଅଭିଯାନ, ନେକ୍ସଟ ଜେନେରେସନ ଲଞ୍ଚ ଭେଇକିଲ (ଏନଜିଏଲଭି)ର ବିକାଶ, ଏକ ନୂତନ ଲଞ୍ଚପ୍ୟାଡ୍ ନିର୍ମାଣ, ମାନବ କେନ୍ଦ୍ରୀତ ପରୀକ୍ଷାଗାର ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ ହେବ । ପ୍ରଧାନମନ୍ତ୍ରୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ମଙ୍ଗଳ ଲ୍ୟାଣ୍ଡର ଅନ୍ତର୍ଭୁକ୍ତ ଆନ୍ତଃଗ୍ରହ ଅଭିଯାନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ ଭାରତର ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ଉଚ୍ଚତାକୁ ଛୁଇଁବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button