ଦେଶ

ଡ୍ରଗ୍‌ ମାମଲାରେ ଗିରଫ ହେଲେ କଂଗ୍ରେସ ବିଧାୟକ – Ibnodisha

[ad_1]

ଚଣ୍ଡୀଗଡ଼: ଏକ ପୁରୁଣା ଡ୍ରଗ୍‌-ସଂକ୍ରାନ୍ତ ମାମଲାରେ ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁଖପାଲ୍ ସିଂହ ଖୈରାଙ୍କୁ ପଞ୍ଜାବ ପୁଲିସ ତାଙ୍କ ଚଣ୍ଡୀଗଡ଼ସ୍ଥିତ ବାସଭବନରେ ଚଢ଼ଉ କରି ଗିରଫ କରିଛି।

‘ନାର୍କୋଟିକ୍‌ ଡ୍ରଗ୍‌ ଆଣ୍ଡ୍‌ ସାଇକୋ‌ଟ୍ରପିକ୍‌ ସବ୍‌ଷ୍ଟାନ୍‌ସ୍‌’ ଆଇନ ଅନୁଯାୟୀ ତାଙ୍କ ନାମରେ ଏହି ପୁରାତନ ମାମଲାଟି ରୁଜୁ କରାଯାଇଥିଲା।

ଗୁରୁବାର ପ୍ରତ୍ୟୁଷରେ ଜଲାଲାବାଦ ଥାନାର ପୁଲିସ କର୍ମଚାରୀମାନେ ସେକ୍ଟର୍‌ ୫ରେ ଥିବା ଖୈରାଙ୍କ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଖୈରା ‘ଫେସ୍‌ବୁକ୍’ରେ ଅନ୍‌ଲାଇନ୍‌ ରହିଥିଲେ। ସେଥିରେ ସେ ପୁଲିସ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। ତାଙ୍କ ପରିବାରର କେହି ଜଣେ ସଦସ୍ୟ କରିଥିବା ‘ଲାଇଭ୍‌ ଭିଡିଓ’ରେ ଦେଖାଯାଉଛି, ଖୈର୍‌ ପୁଲିସକୁ ଗିରଫ ପର୍‌ୱାନା ଓ ତାଙ୍କୁ ଗିରଫ କରାଯିବାର କାରଣ ପଚାରୁଛନ୍ତି।

ଜଲାଲାବାଦ୍‌ ‘ଡିଏସ୍‌ପି’ ଅଚ୍ଚରୁ ରାମ ଶର୍ମା ବୋଲି ପରିଚୟ ଦେଉଥିବା ଜଣେ ପୁଲିସ ଅଧିକାରୀ ଖୈରାଙ୍କୁ କହୁଛନ୍ତି ଯେ, ଗୋଟାଏ ପୁରୁଣା ‘ଏନ୍‌ଡିପିଏସ୍‌’ ମାମଲାରେ ତାଙ୍କୁ ଗିରଫ କରାଯାଉଛି। କିନ୍ତୁ, ଉକ୍ତ ମାମଲାକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇ ଥିବା କଥା କହି ଖୈର୍‌ ଗିରଫଦାରିକୁ ବିରୋଧକରୁଛନ୍ତି। ଯୁକ୍ତିତର୍କ କରି ସେ ଆହୁରି ମଧ୍ୟ କହୁଛନ୍ତି କି, ଏଥିରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଅଛି।

ପରିବାର ଲୋକଙ୍କ ପ୍ରତିରୋଧ ସତ୍ତ୍ବେ ସାଦା ପ‌ୋଷାକ ପରିହିତ ପୁଲିସ କର୍ମଚାରୀମାନେ ଖୈରାଙ୍କୁ ହାଜତକୁ ନେଇଥିଲେ। ସୂଚନାଯୋଗ୍ୟ, ଖୈରା ହେଉଛନ୍ତି ଭୋଲାଥ୍ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ‘ଅଲ୍‌ ଇଣ୍ଡିଆ କିଷାନ୍‌ କଂଗ୍ରେସ’ର ଅଧ୍ୟକ୍ଷ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button