ରାଜ୍ୟ

୧୦ରୁ ଘରୋଇ ବସ୍ ଧର୍ମଘଟ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ ବିରୋଧ କରି ନିଖିଳ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି। ବୁଧବାର ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୂଚନାେଯାଗ୍ୟ ଯେ ଆସନ୍ତା ୨ ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ସେହିଦିନ କେବଳ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ଏହା ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଚାଲିବ।

ନିଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍‌ ନ କିଣି ଆମ ବସକୁ ଲିଜ୍‌ରେ ନେଇ ଚଲାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ୩ ମାସ ହେଲା ସରକାରଙ୍କ ସହ ଏ ନେଇ ଆଲୋଚନା ମଧ୍ୟ ହେଇଥିଲା। ରାଜ୍ୟ ସରକାର ବସମାଲିକଙ୍କ ସ୍ବାର୍ଥକୁ ଉପେକ୍ଷା କରି ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ ଚଳାଇବେ, ଆମେ କେଉଁଠି ବସ୍‌ ଚଳାଇବୁ? ଏହି ଯୋଜନାରେ ସରକାର ରାଜ୍ୟ ବାହାର ସଂସ୍ଥାକୁ ମାଲେମାଲ କରିବାକୁ ବସିଥିବା ବେଳେ ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ ଓ ଲକ୍ଷ୍ମୀ ବସ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ନ ଆସିଲା ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button