କୋରାପୁଟରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]
କୋରାପୁଟ: କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଁ ଗାଁରେ ବିକାଶର ପର୍ବ ଚାଲିଛି । ନବୀନ ଓଡ଼ିଶାରେ ପଞ୍ଚାୟତରେ ନୂଆ ଜାଗରଣ ଆସିଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳା ଚଳ କରିବ । କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୬୬ ଟି ବସ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ଵ ଦିଆଯାଇଛି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍ । ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରୀ କରି ଉଚିତ ମୂଲ୍ୟ ପାଇପାରିବା ଆଶା କରାଯାଉଛି ।
The post କୋରାପୁଟରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on ONA KHABAR.
[ad_2]