ଆତ୍ମସମର୍ପଣ କଲେ ୨ ମାଓବାଦୀ – Ibnodisha

[ad_1]
କନ୍ଧମାଳ : ରଞ୍ଜିତ ନାୟିତମ ଭୁଟୁଲୁ ଧର୍ମୁ(ଏସିଏମ) ଏବଂ ରଙ୍ଗା (ପିଏମ) ପୋୟମ ରାଜେଶ ଉଭୟ ମାଓବାଦୀ ଆଞ୍ଚଳିକ କମିଟି ର ସଭ୍ୟ ଯେଉଁମାନେ କି ଭା.କ.ପା. (ମାଓବାଦୀ) ଡିଭିଜନ ରେ କାର୍ଯ କରି ଆସୁଥିଲେ ତା ୧୪.୧୨.୨୦୨୩ ରିଖ ଦିନ ଆରକ୍ଷୀ ମହାନିର୍ଦେଶକ, ଓଡ଼ିଶାଙ୍କ ନିକଟରେ ଆତ୍ମସମର୍ପଣ କଲେ। ଉଭୟ ମାଓବାଦୀ ଛଭିସ୍ ଗଡ଼ ର ମୂଳ ବାସିନ୍ଦା ଅଟନ୍ତି । ସେମାନେ । ଭା.କ.ପା. (ମାଓବାଦୀ) ଅଷ୍ଟମ କମ୍ପାନୀ ର ସଦସ୍ୟ ଥିଲେ ଏବଂ ସେମାନେ ଉତ୍ତର ଦକ୍ଷୀଣ କୋରିଡ଼ର ଯଥା ଝାରଖଣ୍ଡ ଏବଂ ଛଭିସ୍ ଗଡ଼ ଅଞ୍ଚଳକୁ ଦକ୍ଷୀଣ କେନ୍ଦ୍ର ଓଡ଼ିଶା ମଧ୍ଯ ଦେଇ ସଂଯୋଗ କରିବା କାର୍ଯରେ ନିଯୋଜିତ ଥିଲେ । ସେମାନେ ୨୦୧୭ ଠାରୁ ଭା.କ.ପା. (ମାଓବାଦୀ) ସଂଗଠନ ସହିତ ଜଡ଼ିତ ଥିଲେ ଏବଂ ସେମାନେ ଉଭୟ ଛଭିସ୍ ଗଡ଼ ଏବଂ ଓଡ଼ିଶା ରେ ଅନେକ ହିଂସାତ୍ମକ କାର୍ଯ କଳାପ ରେ ଲିପ୍ତ ଥିଲେ । ସେମାନେ ଆତ୍ମସମର୍ପଣ କରି ଏକ ସାଧାରଣ ଜୀବନ ବଞ୍ଚିବା ପାଇଁ ଆରକ୍ଷୀ ଅଧିକ୍ଷକ, ବୌଦ୍ଧ ଙ୍କୁ ସମ୍ପର୍କ କରିଥିଲେ। ସେମାନଙ୍କ ଅନୁଯାଇ ସେମାନେ ମାଓବାଦୀ ମାନଙ୍କର ସର୍ବଦା ଅନୈତିକ କାର୍ଯକଳାପ ଯଥା – ମହିଳା କ୍ୟାଡ଼ର ମାନଙ୍କୁ ଯୌନ ଶୋଷଣ, ଭୟ ପ୍ରଦର୍ଶନ କରି ଚାନ୍ଦା ଅଦାୟ କରିବା ଏବଂ ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରତିସୃତି ଦେଇ ସଙ୍ଗଠନ ରେ ସାମିଲ୍ କରିବା ଇତ୍ୟାଦି କାର୍ଯ ରେ ଅସନ୍ତୁଷ୍ଟ ଥିଲେ । ସେମାନେ ବରିଷ୍ଟ କ୍ୟାଡ଼ର୍ ମାନଙ୍କର ମନମୁଖୀ ଏବଂ ରୁକ୍ଷ ବ୍ୟବହାର ପାଇଁ ସଂଗଠନ ଛାଡିବା ପାଇଁ ନିଷ୍ପତି ନେଇଥିଲେ । ଆଦିବାସୀ ? ମାନଙ୍କ ପାଇଁ ଉଦ୍ଧିଷ୍ଟ ଉନ୍ନତି ମୂଳକ ଏବଂ ସରକାରଙ୍କ ଦ୍ଵାରା ବିକାଶ ମୂଳକ ଯୋଜନା ଗୁଡିକ ପ୍ରତି ଆକୃଷ୍ଟ ବିମା ହେଲେ । ସେମାନେ ସରକାରଙ୍କର ପୁନର୍ବାସ ଏବଂ ଥଇଥାନ ଯୋଜନା ଅନୁଯାଇ ଭଲଭାବରେ ଥଇଥାନ ହେବା ନିମନ୍ତେ ଯଥା- ଆର୍ଥିକ ସହାୟତା, ଘର ପାଇଁ ଜାଗା, ଘର ତିଆରି ପାଇଁ ସହାୟତା, ଶିକ୍ଷା ପାଇଁ ସହାୟତା ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ମାସିକ ବୃତ୍ତି ଇତ୍ୟାଦି ଆରକ୍ଷୀ ଅକ୍ଷକ ବୌଦ୍ଧ ଙ୍କ ଦ୍ଵାରା ପ୍ରତିଶୃତି ଦିଆଯାଇଥିଲା । ଦୁଇଜଣ ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡରଙ୍କୁ ସମାଜ ର ମୁଖ୍ୟ ସ୍ରୋତ କୁ ସ୍ବାଗତ କରୁଥିବାବେଳେ ଆରକ୍ଷୀ ମହାନିର୍ଦେଶକ, ଓଡ଼ିଶା ସମାଜରେ ହିଂସାକୁ ଏଡ଼ାଇବା ଏବଂ ବିକାଶ ତଥା ଆଦିବାସୀ ଉନ୍ନତି ପ୍ରକ୍ରିୟାରେ ଭାଗ ନେବାକୁ ମାଓବାଦୀମାନଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓବାଦୀ ବିରୋଧୀ ଅପରେସନ କୁ ଆହୁରି ଜୋରଦାର କରାଯିବା।
[ad_2]