ଦେଶ

ଇଂରାଜୀ କହିପାରୁନାହାନ୍ତି ବୋଲି ଲଜ୍ଜିତ ହେଉଛନ୍ତି କି, ତେବେ ଏହି ଉପାୟ ନିଶ୍ଚୟ କରିବ ସାହାଯ୍ୟ

ବର୍ତ୍ତମାନ ଯୁଗରେ ଇଂରାଜୀ ଭାଷା ଜାଣିବା ସମସ୍ତଙ୍କ ପାଇଁ ନିହାତି ଜରୁରୀ । କାରଣ ଇଂରାଜୀ ଭାଷା ଦ୍ବାରା ଲୋକଙ୍କ ବ୍ୟକ୍ତିତ୍ବ ତଥା ତାଙ୍କ ଶିକ୍ଷାଗତ ଯୋଗ୍ୟାତା ଜଣାପଡ଼ିଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଶୀଘ୍ର ଇଂରାଜୀ ଶିଖିବାର କିଛି ସହଜ ଏବଂ ସରଳ ଉପାୟ ଜଣାଇବାକୁ ଯାଉଛୁ।

ପଢ଼ିବା ଅଭ୍ୟାସ

ପ୍ରଥମେ ଆପଣଙ୍କୁ ଇଂରାଜୀ ବହି କିମ୍ବା ଯେକୌଣସି ଇଂରାଜୀରେ ଲେଖା ଛୋଟ ଛୋଟ ଲାଇନ୍ ପଢ଼ିବ ଅଭ୍ୟାସ କରିବାକୁ ପଡ଼ିବ। ଏଥିପାଇଁ ଆପଣ କୌଣସି ଇଂରାଜୀ କମିକ୍ ବା ଛୋଟ ବହିର ସାହାଯ୍ୟ ନେଇପାରିବେ। ଯେଉଁଥିରେ ଛୋଟ ଏବଂ ସରଳ ଶବ୍ଦର ବ୍ୟବହାର କରାଯାଇଥିବ। ଆପଣ ଇ-ବୁକ୍ ମଧ୍ୟ ଡାଉନଲୋଡ଼ କରି ପଢ଼ିପାରିବେ। ଏହା ଦ୍ବାରା ଆପଣଙ୍କ ଭୋକାବୁଲାରୀ ସଠିକ୍ ହୋଇଯିବ।

dictionaryଡ଼ିକ୍ସନାରି ବା ଅଭିଧାନର ବ୍ୟବହାର

ଏବଂ ସେଠାରେ କୌଣସି ଶବ୍ଦ ବୁଛିପାରୁ ନାହାନ୍ତି ତେବେ ଆପଣ ଏକ ଡିକ୍ସନାରିର ସାହାଯ୍ୟ ନେଇପାରିବେ। ଆପଣ ଏଥିପାଇଁ ସ୍ମାର୍ଟଫୋନରେ ମିଳୁଥିବା ଡିକ୍ସନାରିର ବ୍ୟବହାର ମଧ୍ୟ କରିପାରିବେ।

ଇଣ୍ଟରନେଟର କରନ୍ତୁ ବ୍ୟବହାର

girlଆପଣ ଇଂରାଜୀ ପଢ଼ିବା ତଥା ଲେଖିବାର ଅଭ୍ୟାସ ଇଣ୍ଟରନେଟ ମିଳୁଥିବା ବେସିକ୍ ଟ୍ରେନିଂ ଭିଡ଼ିଓ ମାନଙ୍କରୁ ଶିକ୍ଷା କରିପାରିବେ। ଏଣୁ ବର୍ତ୍ତମାନ ସମୟରେ ଇଂରାଜୀ ଶିକ୍ଷା କରିବାର ସବୁଠାରୁ ସହଜ ଉପାୟ ହେଉଛି ଇଣ୍ଟରନେଟ।

ଦୈନିକ କରନ୍ତୁ ଅଭ୍ୟାସ

ଯେକୌଣସି ଜିନିଷକୁ ବାରମ୍ବାର ଅଭ୍ୟାସ କରିବା ଦ୍ବାରା ତାହା ସଠିକ ହୋଇଥାଏ। ଏଣୁ ଇଣାଜି ପଢ଼ିବା ଏବଂ ଲେଖିବା ଅଭ୍ୟାସ ଦୈନିକ ଭାବେ କରନ୍ତୁ। ଏହାଦ୍ବାରା ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବା ସହ ଇଂରାଜୀ କହିବା ଏବଂ ଲେଖିବାରେ ସଂଙ୍କୋଚ ରହିବ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button