ୱହିଦାଙ୍କୁ ଦାଦା ସାହେବ ଫାଲ୍କେ – Ibnodisha

[ad_1]
ନୂଆଦିଲ୍ଲୀ: ଚଳିତବର୍ଷର ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ପାଇବେ ବଲିଉଡ୍ ଅଭିନେତ୍ରୀ ୱହିଦା ରେହମାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ‘ଗାଇଡ୍’ ଏବଂ ‘ରେଶମା ଔର ଶେରା’ ପରି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ୱହିଦା। ଗତବର୍ଷ ଆଶା ପାରେଖ ଏହି ପୁରସ୍କାର ପାଇଥିଲେ। ମଙ୍ଗଳବାର ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଲେଖିଛନ୍ତି, ଭାରତୀୟ ସିନେମାକୁ ଉଲ୍ଲେଖନୀୟ ଅବଦାନ ପାଇଁ ୱହିଦା ରେହମାନଙ୍କୁ ଚଳିତବର୍ଷର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ୟାସା, କାଗଜ କେ ଫୁଲ, ସାହେବ ବିବି ଔର ଗୁଲାମ, ଗାଇଡ୍, ଖାମୋସି ପ୍ରଭୃତି ଅନେକ ହିନ୍ଦୀ ସିନେମାରେ ଅଭିନୟ କରି ପ୍ରଶାଂସାଭାଜନ ହୋଇଛନ୍ତି ୱହିଦା ରେହମାନ। ୫ ଦଶନ୍ଧି ଧରି ଅଭିନୟ କ୍ୟାରିୟରରେ ରହି ଆସିଥିବା ଏହି ପ୍ରଖ୍ୟାତ ଅଭିନେତ୍ରୀଙ୍କ ଅଭିନୀତ ଚଳଚ୍ଚିତ୍ର ରେଶମା ଔର ଶେରାକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ୱହିଦାଙ୍କ ତ୍ୟାଗ, ପ୍ରତିବଦ୍ଧତାର ପଟାନ୍ତର ନାହିଁ ଏବଂ ସେ ଭାରତୀୟ ନାରୀଶକ୍ତିର ଉଜ୍ଜ୍ବଳ ଦୃଷ୍ଟାନ୍ତ ବୋଲି ଠାକୁର କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଯେତେବେଳେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି, ଠିକ୍ ସେତିକି ବେଳେ ୱହିଦାଜୀଙ୍କୁ ଏହି ପୁରସ୍କାର ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ।
ସୂଚନାଯୋଗ୍ୟ, ତେଲୁଗୁ ଫିଲ୍ମ ରୋଜୁଲୁ ମାରାୟି (୧୯୫୫)ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ୱାହିଦା ପ୍ୟାସା (୧୯୫୭), ଗାଇଡ୍ (୧୯୬୫), ଖୋମୋସି (୧୯୬୯), ଫାଗୁନ୍ (୧୯୭୩), କଭି କଭି (୧୯୭୬), ଚାନ୍ଦନୀ (୧୯୮୯), ଲମହେ (୧୯୯୧), ରଙ୍ଗ ଦେ ବସନ୍ତୀ (୨୦୦୬) ଏବଂ ଦିଲ୍ଲୀ ୬ (୨୦୦୯) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
[ad_2]




