ଦେଶ

୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର – Ibnodisha

[ad_1]

ନୂଆଦିଲ୍ଲୀ: ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର। ଗୁପ୍ତଚର କାର୍ଯ୍ୟ ମାମଲାରେ ନୌସେନାର ଏହି ୮ ଭେଟେରାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତଙ୍କୁ ମୁକ୍ତ କରିଛି। ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚି ସାରିଛନ୍ତି। ସୂଚନା ଅନୁସାରେ, ମୁକ୍ତ ହୋଇଥିବା ଏହି ୮ ଭାରତୀୟ ନୌସେନା ଅଧିକାରୀ ଏକ ଘଟୋଇ ସଂସ୍ଥା ଦହରା ଗ୍ଲୋବାଲ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିନ୍ତୁ କତାର ସୁରକ୍ଷାକର୍ମୀ ସେମାନଙ୍କୁ ଗୁପ୍ତଚର ସନ୍ଦେହରେ ୨୦୨୩ ଅଗଷ୍ଟରେ ବାନ୍ଧି ନେଇଥିଲେ।ଗିରଫ ହୋଇଥିବା ନୌସେନା ଅଧିକାରୀଙ୍କ ମଧ୍ୟରେ, କ୍ୟାପଟେନ ନବତେଜ ସିଂହ ଗିଲ, କ୍ୟାପଟେନ ସୌରଭ ଭାସିସ୍ତ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଏବଂ ନାବିକ ରାଗେଶ ଥିଲେ। ସେମାନେ ଅଗଷ୍ଟରୁ କତାର ଜେଲରେ ରହିବା ପରେ ଏ ଉପରେ ଏକ କୋର୍ଟ ବିଚାର କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button