ଦେଶ

ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌ଙ୍କ ହୃଦଘାତରେ ଦେହାନ୍ତ – Ibnodisha

[ad_1]

ବ୍ୟୁରୋ : ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚୀନ୍ ସରକାରୀ ଗଣମାଧ୍ୟମ ମୁତାବକ, କେକିୟାଙ୍ଗଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଲି କେକିୟାଙ୍ଗ ଛୁଟି କାଟିବା ପାଇଁ ଗତ କିଛି ଦିନ ଧରି ସାଂଘାଇରେ ଥିଲେ। ଅକ୍ଟୋବର ୨୬ରେ ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା, ହେଲେ ଅକ୍ଟୋବର ୨୭ରେ ତାଙ୍କର ନିଧନ ହୋଇଥିଲା। ୨୦୨୨ରେ ଅବସର ନେବା ପର୍ଯ୍ୟନ୍ତ ସେ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ୨୦୧୨ରୁ ୨୦୨୨ ମଧ୍ୟରେ ପାର୍ଟିର ପଲିଟବୁରୋ ସଦସ୍ୟ ଭାବରେ ସେ ଚୀନର ଶୀର୍ଷ ଅର୍ଥନୈତିକ ଅଧିକାରୀ ମଧ୍ୟ ରହିଛନ୍ତି। ବଜାର ସଂସ୍କାରରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚୀନର ପ୍ରତିଷ୍ଠିତ ପେକିଙ୍ଗ୍‌ ୟୁନିଭର୍ସିଟିରେ ଅଧ୍ୟୟନ କରିଥିବା ଲିଙ୍କୁ ଏକଦା ପାର୍ଟିର ନେତୃତ୍ୱ ପାଇଁ ଦାବିଦାର ଭାବରେ ଦେଖାଯାଇଥିଲା, କିନ୍ତୁ କୁହାଯାଏ, ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କୁ ପୃଥକ କରିବା ଆରମ୍ଭ କରି ଦେଇଥିଲେ। ଲି କେକିୟାଙ୍ଗ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଚୀନ୍ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି। ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ସେ ଶାସକ କମ୍ୟୁନିଷ୍ଟ ପାର୍ଟିର ଦ୍ୱିତୀୟ ଶକ୍ତିଶାଳୀ ସଦସ୍ୟ ଥିଲେ। ଲି ୧୯୫୫ ମସିହାରେ ଅନ୍‌ହୁଇ ପ୍ରଦେଶର ହେଫେଇରେ ଜନ୍ମଗ୍ରହଣ କରିଥିଲେ। ଇଂରାଜୀ ଭାଷା ଏବଂ ସାହିତ୍ୟର ପୂର୍ବତନ ପ୍ରଫେସର ଚେଙ୍ଗ ହୋଙ୍ଗ୍‌ଙ୍କୁ ସେ ବିବାହ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button