ରାଜ୍ୟ

‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ କାହିଁକି ଆସିଛି ଓ କେଉଁଠୁ ଆସିଛି ଓଡ଼ିଶାରୁ ହିଁ ବୁଝିପାରିଲି। ଓଡ଼ିଶାରେ ମୋର ଦ୍ବିତୀୟ ଜନ୍ମ ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । ବସୁଧୈବ କୁଟୁମ୍ବକମ୍ ର ମୂଳଦୁଆ ହେଉଛି ଓଡ଼ିଶା।ବିଦାୟ ପୂର୍ବରୁ ରାଜଭବନ ପରିସରରେ ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ରାଜଭବନ କର୍ମଚାରୀ ମାନେ ମଧ୍ଯ ବିଦାୟୀ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କର୍ମଚାରୀଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇପଡିଥିଲେ ଗଣେଶୀ ଲାଲ। ଓଡ଼ିଶାରେ ପାଞ୍ଚବର୍ଷ ପାଞ୍ଚ ମାସ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଫେସର ଗଣେଶୀ ଲାଲ। ୨୦୧୮ ମେ ୨୫ତାରିଖରେ ଓଡ଼ିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ। ୨୯ରେ ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button