୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛାର ସୁଅ – Ibnodisha

[ad_1]
ଭୁବନେଶ୍ବର : ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ୧୪ଟି ସରକାରୀ କର୍ମଚାରୀ ସଂଘ ନବୀନ ନିବାସରେ ଭେଟି ଶୁଭେଛା ଜଣାଇଛନ୍ତି । ରୁପାନ୍ତରଣ ଓଡିଶା ଆଗେଇ ଚାଲିଥିବାରୁ ଭିକେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ଉତ୍ସାହିତ ହୋଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନରେ ମୁଖ୍ୟ ସେନାପତି ସାଜିଥିବା ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । କର୍ମଚାରୀ ମାନେ ବେଶ ଉତ୍ସାହିତ ହୋଇଛନ୍ତି । ଆଗାମୀ ଦିନରେ ଓଡିଶା ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବାରେ ଲାଗିଛନ୍ତି ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ । ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଭେଟିବା ସହ, ଆଗାମୀ ଦିନରେ ସେମାନଙ୍କ ସମସ୍ୟା ପୁରଣ ହେବା ଦିଗରେ ଆଶା ରଖିଛନ୍ତି । ଏହି ସଂଘମାନେ ୫ଟି ଚେୟାରମ୍ୟାନଙ୍କୁ ଭେଟିଛି ଶୁଭେଛା ଜଣାଇଛନ୍ତି |
ଓଡିଶା ସଚିବାଳୟ ସେବା ସଂଘ
ଓଡିଶା ସଚିବାଳୟ ପିଏସ ଏବଂ ପିଏ ସେବା ସଂଘ
ଓଡ଼ିଶା ରାଜସ୍ୱା ଅମାଲା ସାଙ୍ଗ
ଆଉଟସୋର୍ସିଂ କର୍ମଚାରୀ ଫେଡେରେସନ୍
ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ
ଭିଏଡବ୍ଲୁ ଆସୋସିଏସନ୍
କେନ୍ଦୁପତ୍ରର କର୍ମାଚରୀ ମହାସଙ୍ଗ
ଆରବିଏସକେଆୟୁଷ ଡାକ୍ତର ସଂଘ
ଓଡିଶା ଏଚଓଡି ମନ୍ତ୍ରୀ ସଂଘ
ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ
ସରକାରୀ ଉଚ୍ଚ ବିଦ୍ୟାଳୟ ଏନପିଏସ ଶିକ୍ଷକ ସଂଘ
ଏସଟି ଏବଂ ଏସସି ଲେଡି ମ୍ୟାଟ୍ରନ୍ ଆସୋସିଏସନ୍
ଓଡିଶା ଏଚଓଡି ବିଭାଗ ଅଧିକାରୀ ସଂଘ
ଜଙ୍ଗଲ ଡିଆରଏଲ ଆସୋସିଏସନ
ଏକାଧିକ ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ କର୍ମୀ ସଂଘ
ଓଡିଶା ପୋଲିସ ସେବା ସଂଘ
ଓଡିଶା ପୋଲିସ୍ ଆସୋସିଏସନ୍
ଓଡିଶା ପୋଲିସ୍ ହାଭିଲଦାର, ସେପୋଇ ଏବଂ କନଷ୍ଟେବଲ୍ ଆସୋସିଏସନ୍
ସମସ୍ତ ଓଡିଶା ଆୟୁଷ ଡାକ୍ତର ସଂଘ
[ad_2]




