ରାଜନୀତି

ଇଡିସିଆଇଏଲ୍‍କୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି – Ibnodisha

[ad_1]

ଟୁଇଟ୍‍ରରେ ପ୍ରଣବଙ୍କ କଡା ପ୍ରଶ୍ନ

 ଇଡିସିଆଇଏଲ୍‍କୁ କାହିଁକି କରିନାହାନ୍ତି କଳା ତାଲିକାଭୁକ୍ତ
 କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାର୍ଥ ପାଇଁ ଦେଶର ସୁରକ୍ଷା କାଠଗଡାରେ
 ଅତୀତରେ ଏଭଳି ଏକାଧିକ ମିଛ କହିଛନ୍ତି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍‍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି । ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍‍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଶ୍ରୀ ଦାସ ଟୁଇଟ୍‍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍‍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍‍, ଭାରତୀୟ ସେନା, କୋଲ୍‍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍‍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍‍ ଭୁଲ୍‍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ ନାହିଁ ବୋଲି ପ୍ରଣବ ସିଧାସଳଖ ପଚାରିଛନ୍ତି ।
ଟୁଇଟ୍‍ ଜରିଆରେ ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଇଡିସିଆଇଏଲ୍‍ ଭାରତୀୟ ସେନା ଏବଂ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ପରୀକ୍ଷା କରିଛି । ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଜବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାରେ ଛିଡା କରାଇ ଦେଇଛନ୍ତି ।
ନେସନାଲ ଟେଷ୍ଟି ଏଜେନ୍ସି କ’ଣ କରେ ତାହା ଗୋଟେ ଛୋଟ ପିଲାକୁ ପଚାରିଲେ ବି ସେ କହିଦେବ । ଏହି ସଂସ୍ଥା କେବଳ ନିଯୁକ୍ତି ପରୀକ୍ଷା କରେନାହିଁ, ଏଌକ୍ଷଗ୍ଧ;୍ରାନ୍ସ ପରିଚାଳନା କରିଥାଏ । ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି । ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ ।
ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି । ଏବେ ପୁଣି ଡାହା ମିଛ କହି ଓଡିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିର ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି । ଆଇନା ଆଗରେ ନିଜ ମୁହଁ ଦେଖିଲାବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button