ଦେଶ

ଜାତୀୟ ଆଇକନ୍ ହେଲେ ରାଜକୁମାର – Ibnodisha

[ad_1]

ମୁମ୍ବାଇ : ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତି କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ନ୍ୟାଶନାଲ ଆଇକନ ଭାବରେ ତାଙ୍କୁ ଗୁରୁବାର ଅର୍ଥାତ ୨୬ ଅକ୍ଟୋବରରେ ନିଯୁକ୍ତି ଦିଆଯିବ । ନ୍ୟାଶନାଲ ଆଇକନ ହେଉଛନ୍ତି ସିଏ, ଯିଏ କି ଲୋକମାନଙ୍କୁ ଭୋଟ ଦେବା ବିଷୟରେ ସଚେତନ କରାଏ । ଏହାର ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି କରିବା। ରାଜକୁମାରଙ୍କ ଚମତ୍କାର,ନ୍ୟାଚୁରାଲ ଅଭିନୟ ପାଇଁ ତାଙ୍କୁ ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଫିଲ୍ମି ପରିବାରରୁ ଆସିନଥିବାରୁ ପ୍ରଥମେ ରାଜକୁମାରଙ୍କୁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ନାମ ତିଆରି କରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା । ହେଲେ ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନ୍ୟୁଟନ’ ତାଙ୍କୁ ବହୁତ ସାରା ସଫଳତା ଆଣି ଦେଇଥିଲା । ଏହି ଫିଲ୍ମରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ ପିଅନ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ତାଙ୍କ ଚରିତ୍ରକୁ ଆଧାର କରି ନିର୍ବାଚନ ଆୟୋଗ ଭୋଟ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାସହ ତାଙ୍କୁ ଫିଲ୍ମ ‘କାଇ ପୋ ଛେ’,’ସ୍ତ୍ରୀ’,’ସିଟି ଲାଇଫ’ ଆଦି ଫିଲ୍ମରେ ତାଙ୍କର ଅଭିନୟକୁ ଦେଖିବାକୁ ପାଇଥିଲେ ଦର୍ଶକ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button