ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା। କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା। ଦୁର୍ଘଟଣା ଟି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ନାଉରଙ୍ଗଦେସର ଠାରେ ହୋଇଛି । ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳିକା ରହିଛନ୍ତି ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ବହୁ ପରିଶ୍ରମ ପରେ କାରରେ ଥିବା ଶିଶୁ, ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିଥିଲେ। ଏବଂ ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାପରେ ଟ୍ରଲି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ହୋଇଛି । ହମୁମାନଗଡ଼ ଜିଲ୍ଲା ସରଦାରସହର-ମେଗା ହାଇଓ୍ବେରେ ହୋଇଛି। ନୌରଙ୍ଗାଦେସର ନିବାସୀ ଗୁରୁବଚ୍ଚନ ସିଂହ ମଜବୀ ପରିବାର କାରରେ ଆଦର୍ଶନଗରରୁ ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । କାରରେ ମୋଟ ୯ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏନେଇ ଖବର ପାଇ ଘଟଣାସ୍ଥଳରେ ହନୁମାନଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୭ ମୃତକଙ୍କ ଶରୀରରୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଦୁଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ହନୁମାନଗଡରୁ ବିକାନେରକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଲୋକମାନେ କେଉଁଠାରୁ ଆସିଛନ୍ତି ଏବଂ କେଉଁଠାକୁ ଯାଉଥିଲେ ତାହା ଜଣା ପଡିନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button