ଦେଶ

ପାକିସ୍ତାନ ଯାଉଥିବା କାର୍ଗୋ ଜାହାଜ ମୁମ୍ବାଇ ବନ୍ଦରରେ ଅଟକ; ଆଣବିକ କାର୍ଯ୍ୟକ୍ରମ ପାଇଁ ସାଜସରଞ୍ଜାମ ଯାଉଥିବା ସନ୍ଦେହ – Ibnodisha

[ad_1]

ମୁମ୍ବାଇ: ଚୀନ୍‌ରୁ ପାକିସ୍ତାନ ଅଭିମୂଖେ ଯାଉଥିବା ସିଏମ୍‌ଏ ସିଜିଏମ୍ ଆଟିଲା ନାମକ ଏକ କାର୍ଗୋ ଜାହାଜକୁ ସନ୍ଦେହ ଆଧାରରେ ଭାରତୀୟ ସୁରକ୍ଷା ଏଜେନ୍ସି ତଥା କଷ୍ଟମ ଡ୍ୟୁଟି ଅଧିକାରୀମାନେ ଆଜି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକ ରଖିଛନ୍ତି । ଅଧିକାରୀମାନଙ୍କ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ପାକିସ୍ତାନର କରାଚୀ ବନ୍ଦର ଅଭିମୂଖେ ଯାଉଥିବା ଏହି ଜାହାଜରେ ଆଣବିକ ଏବଂ ବାଲିଷ୍ଟିକ୍ ମିସାଇଲ୍ ପ୍ରୋଗ୍ରାମ୍‌ରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡିକ ରପ୍ତାନୀ ହେଉଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଜାହାଜ ଉପରେ ଚଢ଼ଉ କରାଯାଇଥିଲା । ତେବେ ସର୍ଚ୍ଚ ଅପରେସନ୍ କରାଯିବା ସମୟରେ ଏଥିରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଏସବୁ ସାମଗ୍ରୀକୁ ପରୀକ୍ଷା କରିବା ପରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା (ଡିଆରଡିଓ)ର ବୈଜ୍ଞାନିକ ତଥା କର୍ତ୍ତୃପକ୍ଷମାନେ ମଧ୍ୟ ଏସବୁ ସାମଗ୍ରୀକୁ ହୁଏତ ଆଣବିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇପାରେ ବୋଲି ସନ୍ଦେହ ବ୍ୟକ୍ତ କରିଥିଲେ । ଫଳରେ ଜାହାଜକୁ ଅଟକ ରଖାଯାଇଛି ।ପ୍ରକାଶ, କଷ୍ଟମ ବିଭାଗ ଅଧିକାରୀ ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଅଟକ ରଖାଯାଇଥିବା ଏହି କାର୍ଗୋ ଜାହାଜ (ମାଲଟା ପତାକା ଲାଗିଥିବା)ରୁ ସିଏନ୍‌ସି ମେସିନ୍ (କମ୍ପ୍ୟୁଟର ନ୍ୟୁମେରିକାଲ୍ କଣ୍ଟ୍ରୋଲ୍‌) ମଧ୍ୟ ଠାବ କରାଯାଇଛି, ଯାହାକି ମୁଖ୍ୟତଃ ଆଣବିକ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥାଏ । ତେବେ ଏପ୍ରକାର ମେସିନ୍‌କୁ ଇଟାଲୀର ଏକ କମ୍ପାନୀ ପ୍ରସ୍ତୁତ କରିଥାଏ । ପ୍ରକାଶ ଏହି ମେସିନ୍‌କୁ ମୁଖ୍ୟତଃ ଶକ୍ତିଶାଳୀ ତଥା ଜଟିଳ ମିସାଇଲ୍ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ସେହିପରି ଜାହାଜରୁ ଏପ୍ରକାର କିଛି ସରଞ୍ଜାମ ମଧ୍ୟ ଠାବ କରାଯାଇଛି, ଯାହାକି ମିସାଇଲ ବିକାଶ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଜରୁରି ସରଞ୍ଜାମ ବୋଲି ବିବେଚିତ ହୋଇଥାଏ । ତେବେ ଏସବୁ ଆପତ୍ତିଜନକ ତଥା ବିଶ୍ୱସ୍ତରରେ ନିଷିଦ୍ଧ କରାଯାଇଥିବା ସାମଗ୍ରୀ ସହ ପାକିସ୍ତାନ ମୁହାଁ ସାଜିଥିବା ଏହି ଜାହାଜକୁ ନେଇ ଏବେ ପ୍ରଶ୍ନ ଜୋରଧରିଛି । ପାକିସ୍ତାନ ଏବେ ଆମେରିକା, ୟୁରୋପ ଠାରୁ ଏସବୁ ନିଷିଦ୍ଧ ସାମଗ୍ରୀ କ୍ରୟ କରିବା ବଦଳରେ ହୁଏତ ଚୀନ୍ ଠାରୁ କ୍ରୟ କରିବା ଆରମ୍ଭ କରିଦେଇଛି ବୋଲି ମତପ୍ରକାଶ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button