ବୋଲିଂ କୋଚ୍ ସନ୍ଧାନରେ ଏସ୍ଆର୍ଏଚ୍ – Ibnodisha

[ad_1]

ହାଇଦ୍ରାବାଦ: ଚଳିତ ଆଇପିଏଲ୍ ସିଜନ୍ରେ ଡେଲ୍ ଷ୍ଟେନ୍ ବ୍ରେକ୍ ନେବାକୁ ଥିବାରୁ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ନୂଆ ବୋଲିଂ କୋଚ୍ ସନ୍ଧାନ କରିବାକୁ ହେବ । ସାଉଥ୍ ଆଫ୍ରିକାର ଏହି ପୂର୍ବତନ ଫାଷ୍ଟ୍ ବୋଲର୍ ବ୍ରେକ୍ ପାଇଁ ଅନୁମତି ମାଗିଛନ୍ତି । ଆଗାମୀ ସିଜନ୍ରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । କେବଳ ଏତିକି ନୁହେଁ, ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱକପ୍ ବିଜେତା କରିଥିବା ପ୍ୟାଟ୍ କମିନ୍ସକୁ ଟିମ୍ର କ୍ୟାପ୍ଟେନ୍ ମଧ୍ୟ କରିପାରେ । ଆଇପିଏଲ୍ର ଚଳିତ ସିଜନ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବାବେଳେ ହାଇଦ୍ରାବାଦର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୩ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ କୋଲ୍କାତାରେ ହେବ । କୁହାଯାଉଛି ଫ୍ରାଞ୍ଚାଇଜି ପାଇଁ ନୂଆ କୋଚ୍ ଚୟନ ଦାୟିତ୍ୱ ମୁଖ୍ୟ କୋଚ୍ ଡାନିଏଲ୍ ଭେଟୋରୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେବେ ନ୍ୟୁଜିଲାଣ୍ଡ ପୂର୍ବତନ କ୍ୟାପ୍ଟେନ୍ ଭେଟୋରୀ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
The post ବୋଲିଂ କୋଚ୍ ସନ୍ଧାନରେ ଏସ୍ଆର୍ଏଚ୍ appeared first on ONA KHABAR.
[ad_2]




