ଖେଳ

ରାଜ୍ୟ ଟେନିସ୍ ବଲ୍ କ୍ରିକେଟ୍ ଦଳର ତାମିଲନାଡ଼ୁ ଯାତ୍ରା – Ibnodisha

[ad_1]

ଭୁବନେଶ୍ୱର: ତାମିଲନାଡୁର ରାମନାଥପୁରମ୍‌ରେ ଚଳିତ ମାସ ୨ରୁ ୫ ପର୍ଯ୍ୟନ୍ତ ହେବାକୁ ଥିବା ୩୪ ତମ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନ୍‌ଶିପ୍ ପାଇଁ ଓଡ଼ିଶା ଦଳ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହାୟତାରେ ତାମିଲନାଡ଼ୁ ଯାତ୍ରା କରିଛି । ୫ ଦିନର ପ୍ରଶିକ୍ଷଣ ଶିବିର ପରେ ରବିବାର ଦଳ ଚୟନ କରାଯାଇଥିଲା । ଦଳର ସଦସ୍ୟମାନେ ହେଲେ ପ୍ରିୟବ୍ରତ ସ୍ୱାଇଁ (ଅଧିନାୟକ), ଅମ୍ରିତ କୁମାର ଦାସ, ବିଶ୍ୱରଞ୍ଜନ ମତି, ଅଭୟ ଦାସ, ଯଜ୍ଞାଦତ୍ତ ଜେନା, ସୁଦାମ ବେହେରା, ଆଦର୍ଶ ଦିଗାଲ (ଉପ ଅଧିନାୟିକା), ସତ୍ୟବ୍ରତ ବେହେରା, ଦେବାଶିଷ ପାଣିଗ୍ରାହୀ, ରାଜ ପ୍ରୀତମ ବାରିକ, ଶୋଭାନ ବେହେରା, ରାଧାମାଧବ ବାରିକ, ରାଜେନ୍ଦ୍ର ସେଠୀ, ରଜତ୍ କୁମାର ନାୟକ । ଦଳ ସହ କୋଚ୍ ଆଶିଷ କୁମାର ଦିଗାଲ ଓ ମ୍ୟାନେଜର ସୁନିଲ କୁମାର ମହାରଣା ତାମିଲନାଡ଼ୁ ଯାତ୍ରା କରିଛନ୍ତି । ଚାରିଦିନିଆ ଟୁର୍ଣ୍ଣାମେଣ୍ଟ୍‌ରେ ୨୮ଟି ରାଜ୍ୟର ଦଳ ଅଂଶଗ୍ରହଣ କରୁଛନ୍ତି ।ରାଜ୍ୟ କ୍ରୀଡ଼ା ବିଭାଗ ଭାରପ୍ରାପ୍ତ ଅଧିକାରୀ ସନାତନ ସାହୁ, ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥୁଲ୍ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ସୋମନାଥ ପରିଡା, ରଞ୍ଜନ କୁମାର ନାୟକ ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝି ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦଳକୁ ସହାୟତା କରିଥିବାରୁ ସଂଘର ସମସ୍ତ କର୍ମକର୍ତ୍ତା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button