ଦେଶ

ସନ୍ତୋଷ ଟ୍ରଫି: ଡିଫେଣ୍ଡିଂ ଚାମ୍ପିଅନ୍ କର୍ଣ୍ଣାଟକ ନକ୍‌ଆଉଟ୍‌; ଅନ୍ତିମ କ୍ୱାର୍ଟର୍ ଫାଇନାଲ୍‌ରେ ମିଜୋରାମ – Ibnodisha

[ad_1]

ଇଟାନଗର: ସ୍ଥାନୀୟ ଗୋଲ୍‌ଡେନ୍ ଜୁବିଲି ଷ୍ଟାଡିୟମ୍‌ରେ ଶନିବାର ରେଳବାଇକୁ ୪-୦ ଗୋଲ୍‌ରେ ହରାଇ ମିଜୋରାମ ଅନ୍ତିମ ଟିମ୍ ଭାବେ ଚଳିତ ସନ୍ତୋଷ ଟ୍ରଫିର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ଗ୍ରୁପ୍‌-ଏ’ରୁ ଚାରିଟି ଟିମ୍ ନକ୍‌ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିସାରିଥିବା ବେଳେ ଗ୍ରୁପ୍‌-ବି’ର ତିନିଟି ଟିମ୍ ମଣିପୁର, ଦିଲ୍ଲୀ ଓ ରେଳବାଇ ପୂର୍ବରୁ ନକ୍‌ଆଉଟ୍‌ରେ ପହଞ୍ଚି ସାରିଛନ୍ତି । ଶେଷ ସ୍ଥାନ ପାଇଁ ଡିଫେଣ୍ଡିଂ ଚାମ୍ପିଅନ୍ କର୍ଣ୍ଣାଟକ, ମିଜୋରାମ ଓ ମହାରାଷ୍ଟ୍ର ଦୌଡ଼ରେ ଥିବାବେଳେ ମିଜୋରାମ ଅଧିକ ପଏଣ୍ଟ୍ ଆଧାରରେ ସ୍ଥାନ ପକ୍କା କରିଛି । ଶନିବାର ଅନୁଷ୍ଠିତ ରେଳବାଇ ବିପକ୍ଷ ମ୍ୟାଚ୍‌ରେ ମିଜୋରାମ ପକ୍ଷରୁ ଲାଲଥଙ୍ଗିମା (୧୭ ମିନିଟ୍‌), ଭାନଲାଲ୍‌ବିୟା ଝାଙ୍ଗ୍‌ଟେ (୮୧ ମିନିଟ୍‌) ଏବଂ ଏମ୍‌ଏସ୍ ଡ୍ୱାଙ୍ଗଲିଆନା ଗୋଲ୍ ସ୍କୋର୍ କରିଥିବା ବେଳେ ୮୭ ମିନିଟ୍‌ରେ ଅଭିଶେକ ଆଇଚ ଏକ ଆତ୍ମଘାତୀ ଗୋଲ୍ ଦେଇଥିଲେ ।ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ମଣିପୁର ୨-୧ ଗୋଲ୍‌ରେ ଦିଲ୍ଲୀକୁ ହରାଇ ଦେଇଛି । ମଣିପୁର ପକ୍ଷରୁ କ୍ୟାପ୍‌ଟେନ୍ ଫିଜାମ୍ ସାନାଥୋଇ ମେଇତି (୩୫ ମିନିଟ୍‌) ଓ ଲେଇମାଜାମ୍ ସାଙ୍ଗକର ସିଂହ (୬୬ ମିନିଟ୍‌) ଗୋଲ୍ ଦୁଇଟି ସ୍କୋର୍ କରିଥିବା ବେଳେ ଦିଲ୍ଲୀ ପକ୍ଷରୁ ଋଷଭ ଡୋବ୍ରିଆଲ (୪୧ ମିନିଟ୍‌) ଏକମାତ୍ର ଗୋଲ୍‌ଟି ଦେଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button