ଅପରାଧ

ବେଆଇନ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୁଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଉକ୍ତ ଥାନା ଅଞ୍ଚଳର ଯୁଧିଷ୍ଟିର ସାହୁ ଓରଫ ମକୁ(୪୨) । ସୂଚନାଯୋଗ୍ୟ ଯେ, ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ଟିମ୍ ପାଟ୍ରୋଲିଂ କଲ୍ୟାଣପୁର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ଦେଶୀମଦ ବିକ୍ରି ହେଉଥିବା ଖବର ପାଇଥିଲେ । ତେଣୁ ସେହି ଅଞ୍ଚଳରେ ଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ମକୁଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ସମୟରେ ପୁଲିସ ତାଙ୍କ ହେପାଜତରୁ ସମୁଦାୟ ୨୨ଲିଟର ଦେଶୀମଦ ଜବତ କରିଥିଲେ । ପଚରାଉଚରା ବେଳେ ଦେଶୀମଦ ବିକ୍ରୟ ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା କହିଥିଲେ । ଅଭିଯୁକ୍ତର ପୂର୍ବ ରଚିତ ଅପରାଧିକ ଯାଞ୍ଚ ବେଳେ ସେ ପୂର୍ବରୁ ନନ୍ଦନକାନନ ଥାନାରେ ଗୋଟିଏ ବେଆଇନ ମଦ ମାମଲାରେ ସମ୍ପୃକ୍ତ ଥିଲେ । ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button