ଦେଶ

କେରଳରେ ବ୍ୟାପୁଛି ନିପା ଭାଇରସ: ୯ ବର୍ଷର ଶିଶୁ ସମେତ ଆଉ ୨ ଜଣ ଆକ୍ରାନ୍ତ, ୨ ମୃତ – Ibnodisha

[ad_1]

କେରଳ : କେରଳର କୋଜିକୋଡେ ଜିଲ୍ଲାରେ ନିପା ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ୩ଟି ଜିଲ୍ଲା କନ୍ନୁର, ୱାୟନାଡ ଏବଂ ମଲପ୍ପୁରମରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ୭ଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଚ ଜୋନ୍ କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ୍ ଅଞ୍ଚଳ ଏବଂ ଡାକ୍ତରଖାନାଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣାର ଗମ୍ଭୀରତାର ସହ ନେଇ କେରଳ ସରକାର କୋଜିକୋଡେରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିବା ସହ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର, ବ୍ୟାଙ୍କ ଏବଂ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ୭ ଟାରୁ ୫ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏପର୍ଯ୍ୟନ୍ତ କେରଳରେ ନିପା ଭାଇରସର ୪ଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଦିନ ରାଜ୍ୟ ସରକାର ବିଧାନସଭାରେ କହିଛନ୍ତି ଯେ ପୁଣେରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଟିମ୍ ଆଜି କେରଳକୁ ଆସି ନିପା ଭାଇରସ୍ ଯାଞ୍ଚ କରିବ। କୋଜିକୋଡେ ମେଡିକାଲ କଲେଜରେ ମଧ୍ୟ ବାଦୁଡିଙ୍କ ଉପରେ ଏକ ସର୍ଭେ କରାଯିବ। ଅନ୍ୟପଟେ କୋଜିକୋଡେରେ ନିପାକୁ ନେଇ ଆଲର୍ଟ ଜାରି ହୋଇଛି। ସମସ୍ତେ ପ୍ରୋଟୋକଲ ମାନିବାକୁ କୁହାଯାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ କହିଛନ୍ତି, ପରିସ୍ଥିତିର ଅନୁଧ୍ୟାନ କରିବା ଏବଂ ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ତରଫରୁ କେରଳକୁ ଏକ ବିଶେଷଜ୍ଞ ଦଳ ପଠାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button