ଖେଳ

ରାହିତଙ୍କ ସହ ବୁମ୍‌ରା ଓ ସୂର୍ଯ୍ୟା ଛାଡ଼ିବେ ମୁମ୍ବାଇ ଇଣ୍ଡିଆନ୍ସ! – Ibnodisha

[ad_1]

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତ୍‌ଙ୍କୁ ନେତୃତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଥିବା ବେଳେ ଏବେ ଟିମ୍‌ରେ ରୋହିତଙ୍କ ନିଷ୍ପତ୍ତିର ସମ୍ମାନ କରାଯାଉ ନାହିଁ । କେତେକ ରିପୋର୍ଟ ଅନୁସାରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ରୋହିତ ଶର୍ମା ଖୁସି ନାହାନ୍ତି । ଏହି କାରଣରୁ ଚଳିତ ସିଜନ୍ ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ରୋହିତ ଶର୍ମାଙ୍କ ବ୍ୟତୀତ ଜସ୍‌ପ୍ରୀତ୍ ବୁମ୍‌ରା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସିଜନ୍ ସମାପନ ପରେ ଫ୍ରାଞ୍ଚାଇଜିର ସାଥ୍ ଛାଡ଼ିପାରନ୍ତି ବୋଲି କୁହାଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ସହ ରୋହିତ ଶର୍ମାଙ୍କର ୧୪ ବର୍ଷ, ସୂର୍ଯ୍ୟକୁମାରଙ୍କ ୯ ବର୍ଷ ଏବଂ ବୁମ୍‌ରାଙ୍କର ୧୨ ବର୍ଷ ଖେଳିବାର ଅଭିଜ୍ଞତା ରହିଛି । ରିପୋର୍ଟ ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ସହ ରୋହିତଙ୍କ ମତଭେଦ ଯୋଗୁଁ ସେ ଫ୍ରାଞ୍ଚାଇଜି ଛାଡ଼ିବା ପରି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏହା ବ୍ୟତୀତ ଆଉ ଏକ ଖବର ଶୁଣିବାକୁ ମିଳୁଛି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ପୁଣିଥରେ ରୋହିତ ଶର୍ମାଙ୍କ ହାତରେ ଦିଆଯାଇପାରେ । ମାତ୍ର ଡ୍ରେସିଂ ରୁମ୍‌ର ପରିବେଶରେ ପରିବର୍ତ୍ତନକୁ ଦେଖିଲେ ଲାଗୁଛି ରୋହିତ ପୂର୍ବରୁ ହିଁ ଫ୍ରାଞ୍ଚାଇଜି ଛାଡ଼ିବା ମନ ସ୍ଥିର କରିନେଇଛନ୍ତି ।
ରୋହିତ ଶର୍ମା ନିଜ ଆଇପିଏଲ୍ କ୍ୟାରିୟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୧ ମ୍ୟାଚ୍ ଖେଳି ୫,୧୧୦ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଏବଂ ୩୪ ଅର୍ଦ୍ଧଶତକୀୟ ଇନିଂସ୍ ମଧ୍ୟ ସାମିଲ । ମାତ୍ର ଚଳିତ ସିଜନ୍‌ର ତିନିଟି ମ୍ୟାଚ୍‌ରେ ସେ ମାତ୍ର ୬୯ ରନ୍ କରିଛନ୍ତି । ଏଥିରେ ତାଙ୍କ ସର୍ବାଧିକ ସ୍କୋର୍ ୪୩ ରନ୍ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button