ଭିନେଶ ଫୋଗଟ୍ଙ୍କୁ ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସମ୍ମାନୀତ କରିବେ ସରକାର

ନୂଆଦିଲ୍ଲୀ: ଭିନେଶ ଫୋଗଟ୍ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା। ଏନେଇ ଏକ୍ସରେ ସୂଚନା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ଫୋଗଟଙ୍କୁ ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ସମ୍ମାନୀତ କରିବେ।
ପ୍ୟାରିସ୍ ଅଲିମ୍ପିକ ସରେ ଭାରତୀୟ ରେସଲର ଭିନେଶ ଫୋଗଟ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ଜିତିବାରେ ବିଫଳ ହୋଇଥିଲେ।
ସେ ୫୦ କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିଲା, ଯାହା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇ ଭିନେଶ ଫୋଗାଟ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ଭିନେଶ ଫୋଗଟଙ୍କ ଅବସର ପରେ ଏହି ଖବର ଭାରତୀୟଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି କହିଛନ୍ତି ଯେ ଭିନେଶ ଫୋଗଟ ଫାଇନାଲ ଖେଳିପାରିନଥିଲେ ମଧ୍ୟ ତାଙ୍କୁ ପୁରସ୍କାର ସମେତ ସମସ୍ତ ସୁବିଧା ପ୍ରଦାନ କରାଯିବ। ଯାହାକି ରୌପ୍ୟ ପଦକ ବିଜେତାଙ୍କୁ ଦିଆଯାଉଛି। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ କେତେକ କାରଣରୁ ସେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି କିନ୍ତୁ ସେ ଆମ ସମସ୍ତଙ୍କ ପାଇଁ ଚାମ୍ପିୟନ।
ହରିୟାଣା ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗଟଙ୍କୁ ପଦକ ବିଜେତା ଭଳି ସ୍ୱାଗତ କରାଯିବ ଏବଂ ସମ୍ମାନିତ କରାଯିବ। ଅଲିମ୍ପିକ୍ର ରୌପ୍ୟ ପଦକ ବିଜେତାଙ୍କୁ ହରିୟାଣା ସରକାର ଦେଇଥିବା ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ମଧ୍ୟ ଭିନେଶ ଫୋଗଟ୍ଙ୍କୁ କୃତଜ୍ଞତା ସହିତ ପ୍ରଦାନ କରାଯିବ, ଆମେ ଭିନେଶଙ୍କ ପାଇଁ ଗର୍ବିତ।