IBN ଓଡ଼ିଶା ବ୍ୟୁରୋ

ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ବାଂଲାଦେଶୀ, ବିଏସଏଫ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ବାଂଲାଦେଶରେ ହିଂସା ଏବଂ ଅଶାନ୍ତି ଯୋଗୁଁ ଭାରତ ସୀମାରେ ବିଏସଏଫ ହାଇଆଲର୍ଟ ଜାରି କରିଛି । ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀଙ୍କ ଏକ ବଡ ସମୂହ ପ୍ରବେଶ କରିବାକୁ ଉଦ୍ୟମ କରି ବିଫଳ ହୋଇଛି । ବିଏସଏଫ ଅଧିକାରୀ କହିଛନ୍ତି କି, ବିଏସଏଫ ପାଖାପାଖି ୧୨୦-୧୪୦ ବାଂଲାଦେଶୀ ନାଗରିକଙ୍କୁ ରୋକିଛି । ସେମାନେ ପଶ୍ଚିମବଙ୍ଗରେ ସୀମା ପାର କରି ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।

ଢାକାରେ ଶେଖ ହସିନାଙ୍କ ସରକାର ଭାଙ୍ଗିବା ପରେ ଭାରତୀୟ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।

ଭାରତ ବାଂଲାଦେଶ ସୀମାନ୍ତ ଅଞ୍ଚଳରେ ସ୍ଥିତି ସ୍ପର୍ଶକାତର ଅବସ୍ଥାରେ ରହିଛି । ପେଟ୍ରାପୋଲ ସୀମାନ୍ତ ଫାଟକରେ ସାଧାରଣ ଯାତ୍ରୀ ଯାତାୟତ କରୁନାହାନ୍ତି । ଅସୁସ୍ଥ ବ୍ୟକ୍ତି ଯେଉଁମାନେ କେବଳ ଚିକିତ୍ସା ପାଇଁ ଭାରତକୁ ଆସିବାକୁ ଚାହାନ୍ତି ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳୁଛି । ସେହିପରି ଭାରତକୁ ଆସିଥିବା ବାଂଲାଦେଶର ଲୋକମାନେ ମଧ୍ୟ ନିଜ ଦେଶକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି । କେତେକ ଯାତ୍ରୀ ଦୁଇଦିନ ଧରି ଫାଟକରେ ଅପେକ୍ଷା କରିଛନ୍ତି ବୋଲି ଜଣାପଡିଛି ।

ବିଏସଏଫ ଜବାନ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର, ଦାର୍ଜିଲିଂ, ଜଲପାଇଗୁଡି ଏବଂ କୁଚିବିହାର ଜିଲ୍ଲା ସମେତ ମୋଟ ୪,୦୯୬ କିମି ଭାରତ-ବାଂଲାଦେଶ ସୀମାରେ ନିୟୋଜିତ ରହିଛନ୍ତି । ବାଂଲାଦେଶୀ ଗ୍ରାମୀଣର ଏକ ସମୂହ ଅନ୍ତର୍ରାଷ୍ଟ୍ରୀୟ ସୀମା ପାଖରେ ପହଞ୍ଚିଥିଲା । ଏହାର କିଛି ସମୟ ପରେ ହଙ୍ଗାମା ହୋଇଥିଲା । କିନ୍ତୁ ବିଏସଏଫ ଯବାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ଭାଳିଥିଲେ ।

ଏକ ସ୍ଥାନରେ ବିଏସଏଫ ଏବଂ ବର୍ଡର ଗାର୍ଡ ବାଂଲାଦେଶ ର ୩୫ ନାଗରିକଙ୍କୁ ଘରକୁ ପଠାଇ ଦେଇଛନ୍ତି । ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ସମ୍ଭାଳିବା ପାଇଁ ବିଏସଏଫ ଅତିରିକ୍ତ ସେନାକୁ ନିୟୋଜିତ କରିଛି । ତେବେ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ସୀମା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button